Latest Odisha News

BREAKING NEWS

କରୋନା ଆଲର୍ଟ: ଆଜିଠାରୁ ୨୧ ଦିନ ଯାଏଁ ସାରାଦେଶ ଲକଡାଉନ..

ନୂଆଦିଲ୍ଲୀ: କରୋନାଭାଇରସ ମୁକାବିଲା ପାଇଁ ସରକାରଙ୍କ କଠୋର ଆଭିମୁଖ୍ୟ । ଆଜିଠାରୁ ଆଗାମୀ ୨୧ ଦିନ ଯାଏଁ ସମ୍ପୂର୍ଣ୍ଣ ଦେଶ ଲକଡାଉନ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ପ୍ରଧାନମନ୍ତ୍ରୀ । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୪ ମାର୍ଚ୍ଚ ମଙ୍ଗଳବାର ଘୋଷଣା କରିଛନ୍ତି।

“କୋଭିଡ-୧୯ ବିରୋଧରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଘୋଷଣା କରି । ଆଜିଠାରୁ ସମଗ୍ର ଦେଶ ତାଲା ପକାଇବା ନେଇ ମୋଦୀ ଦେଶକୁ ସମ୍ବୋଧିତ କରିଛନ୍ତି ।

ଏହି ଲକଡାଉନ୍ ଆଗାମୀ ୨୧ ଦିନ ପାଇଁ ରହିବ ଏବଂ ଏହା ଜନତା କର୍ଫ୍ୟୁ ଅପେକ୍ଷା ଅଧିକ କଠୋର ହେବ ବୋଲି ସେ କହିଛନ୍ତି।

“ଏହି ଭୂତାଣୁ ସମଗ୍ର ବିଶ୍ୱରେ ଜଙ୍ଗଲ ନିଆଁ ଠାରୁ ଆହୁରି କ୍ଷିପ୍ର ବେଗରେ ବ୍ୟାପି ଚାଳିଛି । ଦେଶର ଅଭିଜ୍ଞ ବିଶେଷଜ୍ଞମାନଙ୍କ ମତରେ ଏହି ଭାଇରସ ବିସ୍ତାରର ମୁକାବିଲା କରିବାର ଏକମାତ୍ର ସଫଳ ଉପାୟ ସାମାଜିକ ଦୂରତା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଏହି ସମୟରେ ଔଷଧ, ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଦୋକାନ (ଫଳ, କ୍ଷୀର, ରୁଟି, ବିସ୍କୁଟ, ବେକେରୀ, ଖାଦ୍ୟ ସାମଗ୍ରୀ, ପନିପରିବା, ମାଛ, ମାଂସ) ଆଦି ଖୋଲା ରହିବ ।

ଆହୁରି ମଧ୍ୟ ଲକଡାଉନ ସମୟରେ ଦୁଗ୍ଧ ବୁଥ୍ ଗୁଡିକ ଖୋଲା ରହିବାକୁ ଥିବାବେଳେ ସେମାନଙ୍କୁ ପାନ, ଗୁଟଖା ଏବଂ ଚା ବିକ୍ରି କରିବାକୁ ବାରଣ କରାଯାଇଛି।

ଏହାବ୍ୟତିତ ଡାକ୍ତରଖାନା, କ୍ଲିନିକ୍ ଏବଂ ପାଥୋ ଲ୍ୟାବ ମଧ୍ୟ ଖୋଲା ରହିବାକୁ ଥିବାବେଳେ ପୋଲିସ୍, ସ୍ୱାସ୍ଥ୍ୟ, ବିଦ୍ୟୁତ୍, ଜଳ ଯୋଗାଣ, ମ୍ୟୁନିସିପାଲିଟି ସେବା ଏବଂ ଏଜେନ୍ସିଗୁଡ଼ିକ କୋଭିଡ-୧୯ ଡ୍ୟୁଟିରେ ନିୟୋଜିତ ରହିବେ। ଏହି ସମୟ ମଧ୍ୟରେ ପେଟ୍ରୋଲ ପମ୍ପଗୁଡ଼ିକ ମଧ୍ୟ ଖୋଲା ରହିବ।

ଆହୁରି ମଧ୍ୟ ବ୍ୟାଙ୍କଗୁଡିକରେ ୧୦ ପ୍ରତିଶତ କର୍ମଚାରୀ କାର‌୍ୟ୍ୟ କରିବାକୁ ଏବଂ ଏଟିଏମରେ ପର୍ଯ୍ୟନ୍ତ ପରିମାଣର ନଗଦ ବଜାୟ ରଖିବାକୁ ମଧ୍ୟ କୁହାଯାଇଛି।

Leave A Reply

Your email address will not be published.