Latest Odisha News

କୋଭିଡ-୧୯: ଅସୁସ୍ଥ ବାପାଙ୍କ ପାଖରେ ପହଞ୍ଚିବା ପାଇଁ ଜରୁରୀକାଳୀନ ଟିକେଟ ନିମନ୍ତେ ନିବେଦନ କଲେ ସିଙ୍ଗାପୁରରେ ଥିବା ଓଡ଼ିଆ ଝିଅ

ଭୁବନେଶ୍ୱର: ସିଙ୍ଗାପୁରରେ ରହୁଥିବା ଓଡ଼ିଶାର ଜଣେ ଝିଅ ନିଜ ଭାଇ ପାଇଁ ଚେନ୍ନାଇ କିମ୍ବା ହାଇଦ୍ରାବାଦରୁ ଭୁବନେଶ୍ୱର ନିମନ୍ତେ ଜରୁରୀକାଳୀନ ଟିକେଟ୍ ବ୍ୟବସ୍ଥା କରାଇଦେବା ପାଇଁ ଇଣ୍ଡିଆଗୋ କର୍ତ୍ତୃପକ୍ଷଙ୍କୁ ନିବେଦନ କରିଛନ୍ତି ।

ଟ୍ୱିଟରରେ ଏକ ଭିଡ଼ିଓ ଅପଲୋଡ୍ କରି ମହିଳା ଜଣକ ନିବେଦନ କରିଛନ୍ତି ।ଏହି ତାଙ୍କ ନାମ ମନୀଷା ବୋଲି କହିଛନ୍ତି । ଲକଡାଉନ ଯୋଗୁଁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଥିବାରୁ ସେ ସିଙ୍ଗାପୁରରୁ ଭୁବନେଶ୍ୱର ଯାତ୍ରା କରିପାରୁନାହାନ୍ତି। “ମୋ ଭାଇ ଚେନ୍ନାଇରେ ଅଛନ୍ତି, କିନ୍ତୁ ସେ ମଧ୍ୟ ଭୁବନେଶ୍ୱର ପାଇଁ ଟିକେଟ ପାଇବାରେ ଅସମର୍ଥ। ଯଦିଓ ସେ ହାଇଦ୍ରାବାଦ ପର୍ଯ୍ୟନ୍ତ ଟିକେଟ୍ ପାଇବାରେ ସଫଳ ହୋଇଛନ୍ତି, କିନ୍ତୁ ଭୁବନେଶ୍ୱରକୁ ଯାଏଁ ବିମାନ ପାଇଁ ଅସଫଳ ହେଉଛନ୍ତି ।

ତେଣୁ ତାଙ୍କ ଭାଇଙ୍କ ପାଇଁ ଜରୁରୀକାଳୀନ ବିମାନ ସେବା ଯୋଗାଇ ଦେବା ପାଇଁ ନିବେଦନ କରି ମନୀଷା କହିଛନ୍ତି ଯେ ତାଙ୍କ ବାପାଙ୍କର ବ୍ରେନ ହାମରେଜ ହୋଇଛି । ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କର ଯତ୍ନ ନେବା ପାଇଁ କେବଳ ତାଙ୍କ ବୃଦ୍ଧ ମା ସେଠାରେ ଏକାକୀ ଅଛନ୍ତି।

ସେ କହିଛନ୍ତି, ଲକଡାଉନ ଯୋଗୁଁ ତାଙ୍କ ସମ୍ପର୍କୀୟ ମାନେ ତାଙ୍କ ପାଖରେ ପହଞ୍ଚିବାକୁ ଅସମର୍ଥ ।

କରୋନାଭାଇରସ୍ ବିସ୍ତାରକୁ ଦୃଷ୍ଟିରେ ରଖି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ମଙ୍ଗଳବାର ମଧ୍ୟରାତ୍ରିରୁ ବିମାନ ସେବାକୁ ସ୍ଥଗିତ ରଖିଛି।

Comments are closed.