ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ମଧ୍ୟରେ ୨ + ୨ ଆଲୋଚନା ଚଳିତ ବର୍ଷ ନଭେମ୍ବରରେ ଅନୁଷ୍ଠିତ ହେବ ବୋଲି ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲ କହିଛନ୍ତି।
“ଭାରତ ଓ ଆମେରିକା ମଧ୍ୟରେ ୨ + ୨ ଆଲୋଚନା ନମ୍ବେରରେ ହେବ କିନ୍ତୁ ଏହାର ପ୍ରକୃତ ତାରିଖ ଧାର୍ଯ୍ୟ ହୋଇନାହିଁ ବୋଲି ଶ୍ରୀଙ୍ଗଳ କହିଛନ୍ତି। ଆମେରିକା ବୈଦେଶିକ ମନ୍ତ୍ରୀ ଆନ୍ଥୋନୀ ବ୍ଲିନକେନଙ୍କ ସହ ମଧ୍ୟ ସେ ବୈଠକ କରିଛନ୍ତି ବୋଲି କହିଛନ୍ତି।
୨ + ୨ର ଶେଷ ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା ଏବଂ ପରବର୍ତ୍ତୀ ବୈଠକ ଆମେରିକା ଦ୍ୱାରା ଆୟୋଜିତ ହେବ।
୨ + ୨ ମନ୍ତ୍ରୀସ୍ତରୀୟ ଆଲୋଚନା ଉଭୟ ପକ୍ଷର ବୈଦେଶିକ ଏବଂ ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ଚାଲିଛି।
ବାଇଡେନ ପ୍ରଶାସନର ପ୍ରଥମ ଭାରତ-ଆମେରିକା ୨ + ୨ ବୈଠକ ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସେମାନଙ୍କ ଆମେରିକୀୟ ପ୍ରତିପକ୍ଷ ସଚିବ ବ୍ଲିଙ୍କେନ୍ ଏବଂ ପ୍ରତିରକ୍ଷା ସଚିବ ଲୋୟଡ୍ ଅଷ୍ଟିନଙ୍କ ଦ୍ୱାରା ଆୟୋଜିତ ହେବ।
Comments are closed.