Latest Odisha News

BREAKING NEWS

ପ୍ରଶାନ୍ତ ମହାସାଗରରେ ଏକତ୍ର ଅଭ୍ୟାସ କରିବେ ଭାରତ, ଆମେରିକା, ଜାପାନ, ଅଷ୍ଟ୍ରେଲିଆ ନୌସେନା

ନୂଆଦିଲ୍ଲୀ: ଚୀନକୁ ଚ୍ୟାଲେଞ୍ଜ କରିବା ପାଇଁ ସମସ୍ତ କ୍ୱାଡ ଏକତ୍ର ହୋଇଛନ୍ତି । ପ୍ରଶାନ୍ତ ମହାସାଗରରେ ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ନୌସେନା ଏକତ୍ର ଅଭ୍ୟାସ କରିବେ । ମାଲାବାର ନେଭି ହିଲ ଏଥିପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି । ୨୦୨୦ରେ ପ୍ରଶାନ୍ତ ମହାସାଗରରେ ପଶ୍ଚିମରେ ଏହି ଅଭ୍ୟାସ କରାଯାଇଥିଲା । ସେହିପରି ୨୦୨୧ରେ ଅଷ୍ଟ୍ରେଲିଆ, ଆମେରିକା, ଜାପାନ, ୟୁକେ, କାନାଡା, ଦକ୍ଷିଣ କୋରିଆ ଓ ନ୍ୟୁଜିଲାଣ୍ଡ ସାମିଲ ହୋଇଥିଲେ ।

ଏହି ଅଭ୍ୟାସରେ ୧୭ ହଜାର ସୈନିକ, ୧୯ ୱାରଶିପ, ୭୦ ଏୟାରକ୍ରାଫ୍ଟ ଓ ୫୦ ହେଲିକପ୍ଟର ଅଂଶଗ୍ରହଣ କରିଥିଲେ । ୨୦୨୩ରେ ଏହି ଅଭ୍ୟାସରେ ଭାରତ ସାମିଲ ହେବାକୁ ଅଷ୍ଟ୍ରେଲିଆ ପକ୍ଷରୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.