Latest Odisha News

ହରିୟାଣା ମୁଖ୍ୟମନ୍ତ୍ରୀଙ୍କୁ ଧମକ ଦେଲା ଆତଙ୍କବାଦୀ ପନ୍ନୁ

ଚଣ୍ଡୀଗଡ: ଖଲିସ୍ତାନ ସମର୍ଥକ ଆତଙ୍କବାଦୀ ଗୁରୁପତୱନ୍ତ ସିଂ ପନ୍ନୁ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ଧମକ ଦେଇଛି । ୧୫ ଅଗଷ୍ଟରେ ଜାତୀୟ ପକାତା ଉତୋଳନ ନ କରିବା ପାଇଁ ସେ ଧମକ ଦେଇଛି । ତା ନାମରେ ରେକର୍ଡ କରାଯାଇଥିବା ଏକ ଫୋନରୁ ଏହି ଧମକ ଆସିଛି ।

ପୂର୍ବରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଏବଂ ହିମାଚଳ ପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ଶାନ୍ତା କୁମାରଙ୍କୁ ପନ୍ନୁ ଧମକ ଦେଇଥିଲା । ମୋ ପାଖକୁ ସିଧାସଳଖ କୌଣସି ଧମକ ଆସି ନାହିଁ । ସୁରକ୍ଷା ଏଜେନ୍ସି ବି ସତର୍କ ଅଛନ୍ତି । ଏଥିନେଇ ମୁଁ ଆଦୌ ଚିନ୍ତିତ ନୁହେଁ ବୋଲି ମନୋହର ଲାଲ କହିଛନ୍ତି ।

Leave A Reply

Your email address will not be published.