Latest Odisha News

ଭାରତ ଓ ଉଜବେକିସ୍ତାନ ମଧ୍ୟର‌େ ଆଜି ଭର୍ଚୁଆଲ୍ ସମ୍ମିଳନୀ

ନୂଆଦିଲ୍ଲୀ: କୋଭିଡ ପରବର୍ତ୍ତୀ ବିଶ୍ୱ ଓ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଆଲୋଚନା କରିବା ପାଇଁ ଭାରତ ଏବଂ ଉଜବେକିସ୍ତାନ ମଧ୍ୟର‌େ ଶୁକ୍ରବାର ଦିନ ଏକ ଭର୍ଚୁଆଲ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉଜବେକିସ୍ତାନର ରାଷ୍ଟ୍ରପତି ଶବକାଟ ମିର୍ଜିୟୋଏଭ ପରସ୍ପର ମଧ୍ୟର‌େ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବେ ବୋଲି ଆଶା କରାଯାଉଛି।

ବ‌ୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଭାରତ ଏବଂ ମଧ୍ୟ ଏସିଆ ଦେଶ ମଧ୍ୟରେ ଏହା ପ୍ରଥମ ଦ୍ୱିପାକ୍ଷିକ ଭର୍ଚୁଆଲ୍ ଶିଖର ସମ୍ମିଳନୀ। ୨୦୧୫ ଏବଂ ୨୦୧୬ରେ ପ୍ରଧାନମନ୍ତ୍ରୀଙ୍କ ଉଜବେକିସ୍ତାନ ଗସ୍ତ ଓ ୨୦୧୮ ଏବଂ ୨୦୧୯ରେ ରାଷ୍ଟ୍ରପତି ମିର୍ଜିୟୋଏଭଙ୍କ ଭାରତ ଗସ୍ତ ଷ୍ଟ୍ରାଟଜେିକ୍ ପାର୍ଟନରସିପର ଏକ ନୂତନ ଗତିଶୀଳତା ସୃଷ୍ଟି କରିଛି ବୋଲି ଏଥିରେ କୁହାଯାଇଛି।

କ‌ୋଭିଡ ପରବର୍ତ୍ତୀ ବିଶ୍ୱରେ ଭାରତ-ଉଜବେକିସ୍ତାନ ମଧ୍ୟର‌େ ପରସ୍ପର ସହ ସହଯୋଗକୁ ମଜଭୁତ କରିବା ସହିତ ଲିଡରମାନେ ଦ୍ୱିପାକ୍ଷିକ ସମ୍ପର୍କର ସ୍ପେକ୍ଟ୍ରମ ଉପରେ ଆଲୋଚନା କରିବେ ବୋଲି ଏମଇଏ ପକ୍ଷରୁ ସୂଚନା ମିଳିଛି।

Leave A Reply

Your email address will not be published.