Latest Odisha News

BREAKING NEWS

ଆକାଶ ପାଠକଙ୍କୁ ଆଜିଠୁ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ଖୋଲିବ ଆକାଶ ପାଠକଙ୍କ ଚାକିରି ଜାଲିଆଜିର ଗୁମର । ଅଧିକ ତଥ୍ୟ ହାସଲ ପାଇଁ ଆଜିଠାରୁ ତାଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ୫ ଦିନ ଧରି ପଚରାଉଚରା କରିବେ କ୍ରାଇମବ୍ରାଞ୍ଚ ଅଧିକାରୀ । ରିମାଣ୍ଡରେ ନେବାକୁ ଗତକାଲିଅନୁମତି ଦେଇଥିଲେ ଏସଡିଜେଏମ୍ କୋର୍ଟ ।

ଆକାଶ ପୁନେ ଟାଟା ପାସେଞ୍ଜର୍ସ ଡିଭିଜନରେ ଏମଡି ପରିଚୟ ଦେଇ ଲୋକଙ୍କୁ ଠକିଥିବା ଅଭିଯୋଗ ହୋଇଛି । ଟାଟାରେ ଚାକିରି ଦେବାକୁ କହି ଲୋକଙ୍କୁଠାରୁ କୋଟି କୋଟି ଟଙ୍କା ହଡ଼ପ କରିଥିବା ଅଭିଯୋଗର ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ ।
ପୂର୍ବରୁ ତଦନ୍ତକାରୀ ଟିମ୍ ପୁନେ  ଓ ବ୍ରହ୍ମପୁରରେ ତଦନ୍ତ କରିଛି । ନିକଟରେ ଆକାଶଙ୍କ ପିଏ ଡେଭିଡ ପିଟର ଖୋଲିଥିଲେ ଆକାଶଙ୍କ ଗୁମର । ପୂର୍ବରୁ ଆକାଶଙ୍କ ପିଏ ଡେଭିଡ ପିଟରଙ୍କୁ ଚାକିରି ଜାଲିଆତି ସମ୍ପର୍କରେ ପଚରାଉଚରା କରି ତଥ୍ୟ ହାସଲ କରିଛି କ୍ରାଇମବ୍ରାଞ୍ଚ । ରିମାଣ୍ଡରେ ନେଇ ଡେଭିଡଙ୍କ ସହ ଆକାଶଙ୍କୁ ମୁହାଁମୁହିଁ ଜେରା କରିପାରେ କ୍ରାଇମବ୍ରାଞ୍ଚ । ପୂର୍ବରୁ ଆକାଶଙ୍କୁ ଭିଜିଲାନ୍ସ ତିନି ଦିନିଆ ରିମାଣ୍ଡରେ ନେଇ ଜେରା କରିଥିଲା ।

Leave A Reply

Your email address will not be published.