Latest Odisha News

BREAKING NEWS

୬ ଦିନରେ ଦେଶରେ କୋଭିଡ୍ ଟିକା ନେଲେଣି ୧୦.୫ ଲକ୍ଷ ହିତାଧିକାରୀ, ଜାଣନ୍ତୁ ଓଡ଼ିଶାରେ କେତେ ଜଣ ନେଇଛନ୍ତି ଭ୍ୟାକ୍ସିନ୍…

ନୂଆଦିଲ୍ଲୀ: ମହାମାରୀ କରୋନା ବିରୋଧରେ ଜାରି ରହିଛି ଯୁଦ୍ଧ । ଭାରତରେ ଚଳିତମାସ ୧୬ ତାରିଖରୁ ଜାତୀୟ ଟିକାକରଣ ଦିବସରେ ଆରମ୍ଭ ହୋଇଥିବା କୋଭିଡ୍ ଟିକାକରଣ ଜାରି ରହିଛି । ଦେଶବ୍ୟାପୀ ଜାରି ରହିଥିବା ଟିକାକରଣର ୬ ଦିନ ମଧ୍ୟରେ ପାଖାପାଖି ୧୦ ଲକ୍ଷ ୫୦ ହଜାର ହିତାଧିକାରୀଙ୍କୁ କୋଭିଡ୍ ଟିକା ଦିଆଯାଇଛି । ଅନ୍ୟ ଦେଶ ଅପେକ୍ଷା ଭାରତରେ ଅଳ୍ପଦିନ ମଧ୍ୟରେ ଅଧିକ ସଂଖ୍ୟାରେ ଟିକାକରଣ ହୋଇଥିବା ସୂଚନା ଦେଇଛି କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ।

୨୨ ତାରିଖ ସକାଳ ୭ଟା ସୁଦ୍ଧା ଦେଶରେ ୧୦ ଲକ୍ଷ ୪୩ ହଜାର ୫୩୪ ଜଣଙ୍କୁ କୋଭିଡ୍ ଟିକା ଦିଆଯାଇଛି । ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶର ୪ ହଜାର ୪୯ଟି ଟିକାକରଣ କେନ୍ଦ୍ରରେ ୨ ଲକ୍ଷ ୩୭ ହଜାର ୫୦ ଜଣଙ୍କୁ କୋଭିଡ୍ ଟିକା ଦିଆଯାଇଛି ।

ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ୧ ହଜାର ୩୨ ଜଣଙ୍କୁ କୋଭିଡ୍ ଟିକା ଦିଆଯାଇଥିବା ବେଳେ ଆନ୍ଧ୍ରପ୍ରଦେଶରେ ୧ ଲକ୍ଷ ୧୫ ହଜାର ୩୬୫ ଜଣଙ୍କୁ ଟିକା ଦିଆଯାଇଛି । ଅରୁଣାଚଳ ପ୍ରଦେଶରେ ୪ ହଜାର ୬୮୨ ଜଣଙ୍କୁ, ଆସାମରେ ୧୦ ହଜାର ୬୭୬ ଜଣଙ୍କୁ, ବିହାରରେ ୬୩ ହଜାର ୫୪୧ ଜଣଙ୍କୁ, ଚଣ୍ଡିଗଡ଼ରେ ୭୫୩ ଜଣଙ୍କୁ, ଛତିଡ଼ଗଡ଼ରେ ୨୨ ହଜାର ୧୭୧ ଜଣଙ୍କୁ, ଦାଦ୍ରା ନଗର ହାବେଳିରେ ୧୮୪ ଜଣଙ୍କୁ, ଡାମନ ଡିଉରେ ୯୪ ଜଣଙ୍କୁ, ଦିଲ୍ଲୀରେ ୧୮ ହଜାର ୮୪୪ ଜଣଙ୍କୁ, ଗୋଆରେ ୪୨୬ ଜଣଙ୍କୁ, ଗୁଜରାଟରେ ୩୪ ହଜାର ୮୬୫ ଜଣଙ୍କୁ କୋଭିଡ୍ ଟିକା ଦିଆଯାଇଛି ।

ସେହିଭଳି ହରିୟାଣାରେ ୪୫ ହଜାର ୮୯୩ ଜଣଙ୍କୁ, ହିମାଚଳ ପ୍ରଦେଶରେ ୫ ହଜାର ୭୯୦ ଜଣଙ୍କୁ, ଜାମ୍ମୁ କାଶ୍ମୀରେ ୬ ହଜାର ୮୪୭ ଜଣଙ୍କୁ, ଝାଡ଼ଖଣ୍ଡରେ ୧୧ ହଜାର ୬୪୧ ଜଣଙ୍କୁ, କର୍ଣ୍ଣାଟକରେ ୧ ଲକ୍ଷ ୩୮ ହଜାର ୮୦୭ ଜଣଙ୍କୁ, କେରଳରେ ୩୫ ହଜାର ୧୩୭ ଜଣଙ୍କୁ, ଲଦାଖରେ ୨୪୦ ଜଣଙ୍କୁ, ଲାକ୍ଷାଦ୍ୱୀପରେ ୩୬୯ ଜଣଙ୍କୁ, ମଧ୍ୟପ୍ରଦେଶରେ ୩୮ ହଜାର ୨୭୮ ଜଣଙ୍କୁ, ମହାରାଷ୍ଟ୍ରରେ ୫୨ ହଜାର ୩୯୩ ଜଣଙ୍କୁ, ମଣିପୁରରେ ୧ ହଜାର ୪୫୪ ଜଣଙ୍କୁ, ମେଘାଳୟରେ ୧ ହଜାର ୭୮୫ ଜଣଙ୍କୁ, ମିଜୋରାମରେ ୨ ହଜାର ୫୩୭ ଜଣଙ୍କୁ, ନାଗାଲାଣ୍ଡରେ ୩ ହଜାର ୧୮୭ ଜଣଙ୍କୁ ଦିଆଯାଇଛି କୋଭିଡ୍ ଟିକା ।

ଓଡ଼ିଶାରେ ୧ ଲକ୍ଷ ୧୩ ହଜାର ୬୨୩ ଜଣଙ୍କୁ କୋଭିଡ୍ ଟିକାର ପ୍ରଥମ ଡୋଜ୍ ଦିଆଯାଇଥିବା ବେଳେ ପୁଡୁଚେରିରେ ୭୫୯ ଜଣଙ୍କୁ, ପଞ୍ଜାବରେ ୧୨ ହଜାର ୫୩୨ ଜଣଙ୍କୁ, ରାଜସ୍ଥାନରେ ୩୨ ହଜାର ୩୭୯ ଜଣଙ୍କୁ, ସିକ୍କିମରେ ୭୭୩ ଜଣଙ୍କୁ, ତାମିଲନାଡ଼ୁରେ ୪୨ ହଜାର ୪୯୭ ଜଣଙ୍କୁ, ତେଲଙ୍ଗାନାରେ ୯୭ ହଜାର ୮୭ ଜଣଙ୍କୁ, ତ୍ରିପୁରାରେ ୯ ହଜାର ୨୭୨ ଜଣଙ୍କୁ, ଉତ୍ତରପ୍ରଦେଶରେ ୨୨ ହଜାର ୬୪୪ ଜଣଙ୍କୁ, ଉତ୍ତରାଖଣ୍ଡରେ ୮ ହଜାର ୨୦୬ ଜଣଙ୍କୁ, ପଶ୍ଚିମବଙ୍ଗରେ ୫୩ ହଜାର ୯୮୮ ଜଣଙ୍କୁ ଏବଂ ଅନ୍ୟାନ୍ୟ ଭାବେ ୩୨ ହଜାର ୨୯୭ ଟିକା ଦିଆଯାଇଛି ।

କୋଭିଡ୍ ଟିକାକରଣ ଭଳି ଦେଶରେ କରୋନା ଟେଷ୍ଟିଂ ବଢ଼ିଛି । ଦେଶରେ କୋଭିଡ୍ ଟେଷ୍ଟିଂ ୧୯ କୋଟି ପାର୍ କରିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି । ବିଗତ ୨୪ ଘଣ୍ଟାରେ ଦେଶରେ ୮ ଲକ୍ଷ ୨୪୨ଟି ନମୁନା ପରୀକ୍ଷା କରାଯାଇଛି । ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧.୭୫ ପ୍ରତିଶତକୁ ଖସିଥିବା ବେଳେ ଗତ ୨୪ ଘଣ୍ଟାରେ ୧୮ ହଜର ୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।

Leave A Reply

Your email address will not be published.