Latest Odisha News

BREAKING NEWS

ଆଜି ଭାରତ-ଅଷ୍ଟ୍ରେଲିଆ ଟି-୨୦ ଟକ୍କର, ବିଜୟ ଲକ୍ଷ୍ୟରେ ବିରାଟ ବାହିନୀ

ସିଡନୀ : ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଖେଳାଯିବ । ବ୍ରିସବେନର ଗାବା ଷ୍ଟାଡିୟମରେ ଆଜିର ମ୍ୟାଚ ଅନୁଷ୍ଠିତ ହେବ । ମ୍ୟାଚରେ ଭାରତୀୟ ଖେଳାଳୀ ମାନେ ନିଜର ଶକ୍ତି ପ୍ରଦର୍ଶନ କରିବା ସହ ପ୍ରଥମ ମ୍ୟାଚରୁ ହିଁ ବିଦେଶ ମାଟିରେ ଘରୋଇ ଦଳକୁ ଚିତ୍ କରିବା ଲକ୍ଷ୍ୟନେଇ ମଇଦାନକୁ ଓହ୍ଲାଇବ ।

ଅନ୍ୟପକ୍ଷରେ କ୍ରିକେଟ ଦୁନିଆର ଦୁଇ ମହାଶକ୍ତି ଭାରତୀୟ ଦଳ ଓ ଅଷ୍ଟ୍ରେଲିଆ ଦଳ ମୁହାଁମୁହିଁ ହେବେ । ଟିମ୍ ଇଣ୍ଡିଆ କଙ୍ଗାରୁ ଦଳ ବିପକ୍ଷରେ ସମସ୍ତ ୩ଟି ଯାକ ଟି-୨୦ ମ୍ୟାଚ୍ ଜିତି କଙ୍ଗାରୁ ଦଳକୁ କ୍ଲିନ୍ ସୁଇପ କରିବାକୁ ପ୍ରଥମ ମ୍ୟାଚରୁ ହିଁ ପ୍ରଚେଷ୍ଟା ଜାରି ରଖିବ । ଯଦି ଟିମ୍ ଇଣ୍ଡିଆ ଏହି ପ୍ରଥମ ମ୍ୟାଚ ଜିତି ଯାଏଁ ତେବେ ଅଷ୍ଟ୍ରେଲିଆ ଦଳ ବିପକ୍ଷରେ କ୍ରମାଗତ ୫ଟି ଟି-୨୦ ମ୍ୟାଚ୍ ଜିତିବାରେ ପ୍ରଥମ ଦଳ ଭାବେ ରେକର୍ଡ କରିପାରିବ ।

କିଛି ଦିନର ବିଶ୍ରାମ ପରେ କ୍ୟାପଟେନ୍ ବିରାଟ କୋହଲି ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି, ଯାହା ଦଳକୁ ଆହୁରି ମଜବୁତ କରିପାରେ । ତଥାପି ଏହି ମୁକାବିଲା ଜିତିବା ପାଇଁ ଦଳକୁ କଠିନ୍ ପରିଶ୍ରମ କରିବାକୁ ପଡିବ ।

ଆଜି ଖେଳାଯିବାକୁ ଥିବା ଏହି ମ୍ୟାଚରେ ଅଷ୍ଟ୍ରେଲିଆ ମଧ୍ୟ ନିଜର ଜଲୱା ପ୍ରଦର୍ଶନ କରି ଭାରତକୁ କଡା ଟକ୍କର ଦେବାକୁ ମଧ୍ୟ ଚେଷ୍ଟା କରିବ । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଏହି ମ୍ୟାଚ ବେଶ ରୋମାଞ୍ଚକର ହେବା ନେଇ ଆଶା କରାଯାଉଛି ।

ଟିମ୍ ଇଣ୍ଡିଆ : ବିରାଟ କୋହଲି, ରୋହିତ ଶର୍ମା, ଶିଖର ଧାୱନ୍, ଋଷଭ ପନ୍ତ୍, ଯୁଜବେନ୍ଦ୍ର ଚହଲ୍, ଖଲିଲ ଅହମ୍ମଦ, ଭୁବନେଶ୍ବର କୁମାର, ଦୀନେଶ କାର୍ତିକ, କ୍ରୁନାଲ ପାଣ୍ଡ୍ୟ, କୁଳଦୀପ ଯାଦବ, ଯଶପ୍ରୀତ ବୁମରା, କେ ଏଲ ରାହୁଲ ।

Leave A Reply

Your email address will not be published.