Latest Odisha News

BREAKING NEWS

ମେଲବୋର୍ଣ୍ଣ ଟେଷ୍ଟ: ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୧୯୫ରନରେ ଅଲଆଉଟ୍

ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ଅଲଆଉଟ୍ ହୋଇଛି କଙ୍ଗାରୁ ବାହିନୀ । ଟମ୍ ଇଣ୍ଡିଆର ଘାତକ ବୋଲିଂ ଆଗରେ ଧରାଶାୟୀ ହୋଇଛନ୍ତି ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନ୍ । ପ୍ରଥମ ଇନିଂସରେ ୧୯୫ ରନରେ ଅଲଆଉଟ୍ ହୋଇଛି ଘରୋଇ ଦଳ । ମାର୍ନସ ଲାବୁସେନ୍ ସର୍ବାଧିକ ୪୮ ଓ ଟ୍ରେଭିସ୍ ହେଡ୍ ୩୮ ରନ୍ କରିଛନ୍ତି ।

ଆଜି ଖାତା ଖୋଲି ପାରି ନଥିଲେ ଅଷ୍ଟ୍ରେଲିଆର ଷ୍ଟାର ଖେଳାଳି ଷ୍ଟିଭ୍ ସ୍ମିଥ । ସେ ଆଉଟ୍ ହେବା ପରେ କଙ୍ଗାରୁ ବାହିନୀର ଜଣେ ପରେ ଜଣେ ଖେଳାଳି ପାଭିଲନ୍ ଫେରିଥିଲେ । ଭରତ ପକ୍ଷରୁ ଯଶପ୍ରୀତ ବୁମରାହଙ୍କ ଖାତାରେ ସର୍ବାଧିକ ୪ଟି ଓ୍ୱିକେଟ ପଡିଛି । ଅଶ୍ୱିନ ୩ଟି, ମହମ୍ମଦ ସିରାଜ ୨ ଓ ରବୀନ୍ଦ୍ର ଜାଡେଜା ନେଇଛନ୍ତି ଗୋଟିଏ ଓ୍ୱିକେଟ୍ ।

ଭାରତ ପ୍ରଥମ ଇନିଂସ ଆରମ୍ଭ କରିଛି । ପ୍ରଥମ ଓଭରରେ ଝଟକା ଦେଇଛି ଅଷ୍ଟ୍ରେଲିଆ । ଖାତା ଖୋଲିବା ଆଗକୁ ପାଭିଲନ୍ ଫେରିଛନ୍ତି ମୟଙ୍କ ଅଗ୍ରଓ୍ୱାଲ । ମିଚେଲ୍ ଷ୍ଟାର୍କଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇଛନ୍ତି ମୟଙ୍କ ଅଗ୍ରଓ୍ୱାଲ ।

Leave A Reply

Your email address will not be published.