Latest Odisha News

ଫ୍ରାନ୍ସରେ ପହଞ୍ଚିଲା ବ୍ରିଟେନ୍‌ର ନୂଆ କରୋନା ଷ୍ଟ୍ରେନ୍‌

ପ୍ୟାରିସ୍: ବ୍ରିଟେନରେ ବ୍ୟାପିଥିବା ନୂଆ କରୋନା ଭୂତାଣୁ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ବର୍ତ୍ତମାନ ଫ୍ରାନ୍ସରେ ବ୍ରିଟେନର ଏହି ନୂତନ କରୋନା ଭାଇରସ୍‌ର ପରିବର୍ତ୍ତିତ ରୂପ ପ୍ରଥମ ମାମଲା ରିପୋର୍ଟ ହୋଇଛି। ଏ ନେଇ ଫ୍ରାନ୍ସ ଗଣମାଧ୍ୟମ ପକ୍ଷରୁ ସୂଚନା ଦିଆଯାଇଛି। ବିଏଫଏମଟିଭି ବ୍ରଡକାଷ୍ଟର ଜାତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଉଦ୍ଧେଶ୍ୟରେ କହିଛି ଯେ ନିକଟରେ ଜଣେ ଫ୍ରାନ୍ସ ନାଗରିକ ବ୍ରିଟେନରୁ ଫେରିଛନ୍ତି, ଯାହାର କରୋନା ପରୀକ୍ଷା ରିପୋର୍ଟ ପଜିଟିଭ ଆସିଛି। ସେ କହିଛନ୍ତି ଯେ ଏହି ବ୍ୟକ୍ତିଙ୍କ କରୋନା ପରୀକ୍ଷା ଟୁର୍ସ ସହରରେ କରାଯାଇଥିଲା। ରିପୋର୍ଟରେ କୁହାଯାଇଛି ଯେ ବ୍ୟକ୍ତି ଜଣକ କରୋନା ରିପୋର୍ଟ ପଜିଟିଭ୍‌ ଆସିବା ପରେ ସେ ସଙ୍ଗରୋଧରେ ରହିଛନ୍ତି।

ଧୀରେ ଧୀରେ କରୋନାର ନୂଆ ଷ୍ଟ୍ରେନ୍‌ ସାରା ବିଶ୍ୱରେ ବ୍ୟାପୁଛି। ୟୁରୋପର ଆଠଟି ଦେଶରେ ଏପର୍ଯ୍ୟନ୍ତ ନୂତନ କରୋନାର ନୂଆ ଷ୍ଟ୍ରେନ୍ ଦେଖିବାକୁ ମିଳିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏହି ସୂଚନା ଦେଇଛି। କରୋନାର ଏକ ନୂଆ ଷ୍ଟ୍ରେନ୍ ଦେଖାଯିବା ପରେ ବିଶ୍ୱ ଭୟଭୀତ ହୋଇପଡିଛି। WHO କହିଛି ଯେ ପରିସ୍ଥିତି ଉପରେ ନଜର ରଖିଛି। ୟୁରୋପର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆଞ୍ଚଳିକ ନିର୍ଦ୍ଦେଶକ ହାନ୍ସ କ୍ଲୁଗ୍ କହିଛନ୍ତି ଯେ ପୂର୍ବ ଷ୍ଟ୍ରେନ୍ ତୁଳନାରେ ଏହି ନୂତନ ଷ୍ଟ୍ରେନ୍ ଯୁବକମାନଙ୍କ ନିକଟରେ ବ୍ୟାପୁଛି। ସତର୍କତା ଅବଲମ୍ବନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

Leave A Reply

Your email address will not be published.