Latest Odisha News

ମେଲବୋର୍ଣ୍ଣ ଦିନିକିଆ ଟକ୍କର: ସିରିଜ ହାତେଇବା ଲକ୍ଷ୍ୟରେ ଭାରତ

ମେଲବୋର୍ଣ୍ଣ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମେଲବୋର୍ଣ୍ଣରେ ଖେଳାଯାଉଥିବା ସିରିଜର ଆଜି ଅନ୍ତିମ ତଥା ଶେଷ ଦିନିକିଆ ମ୍ୟାଚ ଆରମ୍ଭ ହୋଇଛି । ଏହି ଅନ୍ତିମ ମ୍ୟାଚ ଜିତି ଇତିହାସ ରଚିବା ଲକ୍ଷ୍ୟରେ ବିରାଟ ବାହିନୀ ମଇଦାନକୁ ଓହ୍ଲାଇଛି ।

ଏହି ଦିନିକିଆ ମ୍ୟାଚରେ ଟସ୍ ଜିତି ଭାରତୀୟ ଦଳ ପ୍ରଥମେ ବୋଲିଂ ନିଷ୍ପତି ନେଇଥିବା ବେଳେ ଅଷ୍ଟ୍ରେଲିଆ ଦଳ ୨୮ ଓଭରରେ ୪ ୱିକେଟ୍ ବିନିମୟରେ ୧୧୯ ରନ୍ ହାସଲ କରିଛି ।

୧-୧ରେ ସିରିଜ ବରାବର ରହିଥିବା ବେଳେ ଆଜିର ମ୍ୟାଚ୍ ଉଭୟ କଙ୍ଗାରୁ ଓ ଭାରତୀୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି ।

ଟିମ୍ ଇଣ୍ଡିଆ ଆଜିର ନିର୍ଣ୍ଣାୟକ ତଥା ଚୂଡାନ୍ତ ଏକାଦେଶରେ ୩ଟି ପରିବର୍ତ୍ତନ କରାଯାଇଛି । ବିଜୟ ଶଙ୍କର, ୟୁଜବେନ୍ଦ୍ର ଚହଲ ଓ କେଦାର ଯାଦବଙ୍କୁ ଦଳରେ ସାମିଲ କରାଯାଇଛି । ଏହି ମ୍ୟାଚ୍ ଖେଳିବା ସହ ଦିନିକିଆ କ୍ୟାରିୟର ଆରମ୍ଭ କରିଛନ୍ତି ବିଜୟ ଶଙ୍କର । ଏଥିସହିତ ବିଜୟ ଅଲରାଉଣ୍ଡର ଭାବେ ଦଳରେ ସାମିଲ ହୋଇଛନ୍ତି ।

 

ସେହିପରି ଅଷ୍ଟ୍ରେଲିଆ ଦଳରେ ମଧ୍ୟ ୨ଟି ପରିବର୍ତ୍ତନ କରାଯାଇଛି ଏବଂ ଦଳରେ ଷ୍ଟାଙ୍କଲେକ ଓ ଜାମ୍ପାଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିଛି । ଆଜିର ମ୍ୟାଚରେ ମହେନ୍ଦ୍ର ସିଂ ଧୋନି, ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ବ୍ୟାଟିଂ ଉପରେ ସମସ୍ତଙ୍କର ନଜର ରହିବ ।

Leave A Reply

Your email address will not be published.