Latest Odisha News

BREAKING NEWS

ବେଙ୍ଗାଲୁରୁରେ ‘ବିରାଟ’ ବିଜୟ:୨-୧ରେ ସିରିଜ ଜିତିଲା ଭାରତ

ବେଙ୍ଗାଲୁରୁ: ହିଟ୍ ମ୍ୟାନ୍ ରୋହିତ ଶର୍ମାଙ୍କ ଦମଦାର ଶତକ ଓ ଅଧିନାୟକ ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ ବଳରେ ବେଙ୍ଗାଲୁରୁରେ ବିଜୟ ବାନା ଉଡାଇଲା ଭାରତ । ଦିନିକିଆ ସିରିଜର ତୃତୀୟ ତଥା ଫାଇନାଲ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୭ ୱିକେଟ୍‌ରେ ମାତ ଦେଲା ବିରାଟ ବାହିନୀ । ୧୫ଟି ବଲ୍ ବାକି ଥାଇ ସିରିଜ ଉପରେ କବ୍‌ଜା କରିଛି ମ୍ୟାନ୍ ଇନ୍ ବ୍ଲୁ ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ୨୮୬ ରନ୍ କରିଥିଲା । ଷ୍ଟିଭ ସ୍ମିଥ ସର୍ବାଧିକ ୧୩୧ ରନ୍ କରିଥିଲେ । ୨୮୭ ରନ୍‌ର ଟାର୍ଗେଟକୁ ସାମ୍ନା କରିଥିବା ଭାରତର ଓପନିଂ ଭଲ ନଥିଲା । ଓପ୍‌ନିଂ ବ୍ୟାଟସ ମ୍ୟାନ୍ କେଏଲ୍ ରାହୁଲ ପାଭିଲିଅନ୍‌କୁ ଫେରିବା ପରେ କ୍ରିଜକୁ ଆସିଥିଲେ କ୍ୟାପଟେନ ବିରାଟ କୋହଲି । ରୋହିତ ଓ କୋହଲିଙ୍କ ଯୋଡି କଙ୍ଗାରୁ ଟିମ୍‌ର ବୋଲରଙ୍କୁ ଧୁଳି ଚଟାଇଥିଲା । ରୋହିତ ଶର୍ମା କ୍ୟାରିୟର ୨୯ ତମ ଶତକ ହାସଲ କରିଥିଲେ । ରୋହିତ ୧୧୯ ରନ୍ କରିଥିବା ବେଳେ କୋହଲି ୮୯ ରନ୍ କରିଥିଲେ । ଉଭୟଙ୍କ ୧୩୭ ରନ୍ ପାଟନରସିପ୍ ବଳରେ ଭାରତ ୧୫ଟି ବଲ୍ ବାକି ଥାଇ ମ୍ୟାଚ୍ ହାତେଇ ନେଇଥିଲା । ଭାରତର ବିଜୟରେ ୪୪ ରନ୍ କରିଥିବା ଶ୍ରେୟସ ଆୟର ବି ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ ।

ସିରିଜର ପ୍ରଥମ ମ୍ୟାଚ୍‌ରେ ଭାରତ କଙ୍ଗାରୁ ଟିମ୍‌ଠାରୁ ୧୦ ୱିକେଟ୍‌ରେ ହାରିଯାଇଥିଲା । ତେବେ ଦ୍ୱିତୀୟ ମ୍ୟାଚ୍‌ରେ ଦମ୍‌ଦାର ବିଜୟ ସହ ସିରିଜକୁ ୧-୧ ସ୍ଥିତିରେ ବରାବର କରିଥିଲା । ଫଳରେ ତୃତୀୟ ଦିନିକିଆ ଉଭୟ ଦଳ ପାଇଁ କର ବା ମର ସ୍ଥିତି ଆଣିଥିଲା । ତେବେ ଏଥିରେ ଭାରତ ଅଷ୍ଟ୍ରେଲିଆକୁ ୭ ୱିକେଟ୍‌ରେ ପରାସ୍ତ କରି ସିରିଜକୁ ନିଜ ନାଁରେ କରିନେଇଛି ।

Leave A Reply

Your email address will not be published.