Latest Odisha News

BREAKING NEWS

ଜମ୍ମୁ-କାଶ୍ମୀର ବୁଲିଲେ ୯ କେନ୍ଦ୍ରମନ୍ତ୍ରୀ: ଲୋକଙ୍କୁ ପଚାରିଲେ ଭଲମନ୍ଦ

ଶ୍ରୀନଗର: ଧାରା ୩୭୦ ଉଚ୍ଛେଦର ୫ ମାସ ପରେ ପ୍ରଥମଥର ପାଇଁ ଆଜି ଘାଟି ଅଚଂଳ ଗସ୍ତ କରିଛନ୍ତି ମୋଦି ସରକାରଙ୍କ ୯ ଜଣ କେନ୍ଦ୍ରମନ୍ତ୍ରୀ । ଜମ୍ମୁ ଡିଭିଜନର ବିଭିନ୍ନ ବ୍ଲକକୁ ଗସ୍ତ କରି ସ୍ଥିତି ସମୀକ୍ଷା କରିଛନ୍ତି । ଘାଟି ଅଂଚଳରୁ ଧାରା ୩୭୦ ଉଚ୍ଛେଦ ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନା କାର୍ଯ୍ୟକାରୀ କରାଯାଉଛି । କେନ୍ଦ୍ର ସରକାରଙ୍କ ଯୋଜନାର ସୁଫଳ ଲୋକଙ୍କ ପାଖରେ ପହଂଚିଛି କି ନାହିଁ ସେ ନେଇ ଲୋକଙ୍କଠାରୁ ପଚାରି ବୁଝିଛନ୍ତି କେନ୍ଦ୍ରମନ୍ତ୍ରୀ ।

କେନ୍ଦ୍ରମନ୍ତ୍ରୀଙ୍କ ଜମ୍ମୁ କାଶ୍ମୀର ଗସ୍ତର ଦ୍ୱିତୀୟ ଦିନରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏଥିସହ ଜନସାଧାରଣଙ୍କ ଆପତି ଏବଂ ଅଭିଯୋଗର ଶୁଣାଣି କରିଛନ୍ତି । କେନ୍ଦ୍ରମନ୍ତ୍ରୀ ସ୍କୃତି ଇରାନି କଟରା ଯାଇଥିବା ବେଳେ ମହେନ୍ଦ୍ର ନାଥ ପାଣ୍ଡ୍ୟା ଧନଶଳ ଗସ୍ତ କରିଥିଲେ । ଅର୍ଜୁନ ରାମ ମେଘୱାଲ ଏବଂ ଜି.ମୁରଲିଧରନ କଠୁଆ ଅଂଚଳ ବୁଲି ଲୋକଙ୍କ ସହ ଆଲୋଚନା କରିଥିଲେ । ସେହିପରି ଅନୁରାଗ ଠାକୁର ଓ ପିୟୁଷ ଗୋଏଲ ଜମ୍ମୁରେ ଆୟୋଜିତ ଜନସମ୍ପର୍କ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।

ଏହି ଅଭିଯାନର ପ୍ରଥମ ଦିନରେ କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ, ଅଶ୍ୱିନୀ କୁମାର ଚୌବେ ଜମ୍ମୁ ଓ ଶିମ୍ବା ଜିଲ୍ଲା ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ଶନିବାର ଜମ୍ମୁ-କାଶ୍ମୀରରେ ପ୍ରିପେଡ ମୋବାଇଲ ସେବା ପୁନଃ ସଂଯୋଗ କରାଯିବା ସହ କାଶ୍ମୀର ଉପତ୍ୟକାର ୨ଟି ଜିଲ୍ଳାରେ ଟୁ-ଜି ସେବାକୁ ମଧ୍ୟ ଚାଲୁ କରାଯାଇଛି ।

Leave A Reply

Your email address will not be published.