Latest Odisha News

BREAKING NEWS

ଅଷ୍ଟ୍ରେଲିଆ-ଭାରତ ଟି-୨୦ ଟକ୍କର ଆଜି, ବିଜୟ ଲକ୍ଷ୍ୟରେ ବିରାଟ ବାହିନୀ

ବିଶାଖାପାଟଣା: ଆଜି ବିଶାଖାପାଟଣାଠାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୧ମ ଟି-୨୦ ମ୍ୟାଚ ଅନୁଷ୍ଠିତ ହେଉଛି । ନିକଟରେ ଅଷ୍ଟ୍ରେଲିଆ ମାଟିରେ ଭାରତ କଙ୍ଗାରୁଙ୍କ ବିପକ୍ଷରେ ୧-୧ରେ ଟି-୨୦ ସିରିଜ ବରାବର କରିଥିବା ବେଳେ ଦିନିକିଆ ଶୃଙ୍ଖଳାରେ ବିରାଟ ବାହିନୀ ବିଜୟ ହାସଲ କରିପାରିଛି ।

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏଯାବତ୍ ୧୭ଟି ଟି-୨୦ ମ୍ୟାଚ୍ ଅନୁଷ୍ଠିତ ହୋଇଛି ଏବଂ ସେଥି ମଧ୍ୟରୁ ଭାରତ ୧୧ଟି ଟି-୨୦ ମ୍ୟାଚ୍ ଜିତିଥିବା ବେଳେ ଅଷ୍ଟ୍ରେଲିଆ ଦଳ ମାତ୍ର ୬ଟି ମ୍ୟାଚ୍୍ ଜିତିପାରିଛି । ତେବେ ଆସନ୍ତା ମେ ମାସରେ ଇଂଲଣ୍ଡରେ ଅନୁଷ୍ଠିତ ହେଉଥିବା ବିଶ୍ୱକପ ପୂର୍ବରୁ ଏହା ଭାରତ ଲାଗି ଅନ୍ତିମ ସିରିଜ୍ । ତେଣୁ ଏହି ଶୃଙ୍ଖଳାରେ ଭାରତ ତା’ର ଚୂଡ଼ାନ୍ତ ଖେଳାଳି ଚୟନ କରିବାର ସମ୍ଭାବନା ରହୁଛି ।

ଭାରତୀୟ ସମ୍ଭାବ୍ୟ ଟିମ୍ : ବିରାଟ କୋହଲୀ (ଅଧିନାୟକ), ରୋହିତ ଶର୍ମା, ଶିଖର ଧାୱନ, ମହେନ୍ଦ୍ର ସିଂହ ଧୋନୀ, ଲୋକେଶ ରାହୁଲ, ଋଷଭ ପନ୍ଥ, ଦୀନେଶ କାର୍ତ୍ତିକ, କ୍ରୁନାଲ ପାଣ୍ଡ୍ୟା, ବିଜୟ ଶଙ୍କର, ୟୁଜବେନ୍ଦ୍ର ଚହଲ, ୟଶପ୍ରିତ ବୁମରା, ଉମେଶ ଯାଦବ, ସିଦ୍ଧାର୍ଥ କୌଲ ଏବଂ ମୟଙ୍କ ମାର୍କଣ୍ଡ ।

ଅଷ୍ଟ୍ରେଲିଆ ସମ୍ଭାବ୍ୟ ଟିମ୍ : ଆରୋନ୍ ଫିଞ୍ଚ (ଅଧିନାୟକ), ପ୍ୟାଟ୍ କମିନ୍ସ, ଆଲେକ୍ସ କ୍ୟାରି, ଜାସନ ବେହେରନଡ୍ରଫ, ନାଥନ କୁଲଟର ନାଇଲ, ପିଟର ହ୍ୟାଣ୍ଡକମ୍ବ, ଉସମାନ ଖ୍ୱାଜା, ନାଥନ ଲାୟନ, ଗ୍ଲେନ ମ୍ୟାକ୍ସୱେଲ, ଝେ ରିଚାର୍ଡ଼ସନ, କାନେ ରିଚାର୍ଡ଼ସନ, ମାର୍କସ ଷ୍ଟୋଇନିସ, ଆଷ୍ଟନ ଟର୍ଣ୍ଣର, ଆଦାମ ଜାମପା ।

ଅଷ୍ଟ୍ରେଲିଆ କ୍ରିକେଟ ଦଳ ଏହି ଭାରତ ଗସ୍ତ ସମୟରେ ୫ଟି ଦିନିକିଆ ତଥା ୨ଟି ଟି-୨୦ ମ୍ୟାଚ ଖେଳିବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.