Latest Odisha News

BREAKING NEWS

ଆଜି ମୁଖ୍ୟମନ୍ତ୍ରୀଙ୍କ ଅନୁଗୁଳ ଓ ଢେଙ୍କାନାଳ ଗସ୍ତ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଦିନ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲା ଗସ୍ତ କରି ଅନେକ ଜନହିତକାରୀ ପ୍ରକଳ୍ପର ଉଦଘାଟନ ତଥା ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।

ମିଳିଥିବା ସୂଚନାନୁଯାୟୀ, ମୁଖ୍ୟମନ୍ତ୍ରୀ ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ହିନ୍ଦୋଳ ବ୍ଲକର ପଞ୍ଚ ୁପଡ଼ା ଗ୍ରାମରେ ନିର୍ମିତ ହେଲିପ୍ୟାଡ଼ରେ ଅବତରଣ କରି ଦିବା ୩ଟା ୪୫ ମିନିଟରେ ପହଞ୍ଚିବେ । ଏହାପରେ ସେ ଢେଙ୍କାନାଳ ଜିଲ୍ଲା ଲାଗି ୯୫୩ କୋଟି ଟଙ୍କା ବ୍ୟୟରେ ୧୦୩ଟି ପକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ । ପରେ ଅନୁଗୁଳ ଜିଲ୍ଲା ଲାଗି ୧,୧୨୯ କୋଟି ଟଙ୍କା ବ୍ୟୟରେ ୩୬ଟି ପ୍ରକଳ୍ପର ଶିଳାନ୍ୟାସ କରିବେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସନ୍ଧ୍ୟା ୫ଟା ୧୦ ମିନିଟରେ ଭୁବନେଶ୍ୱରରେ ପହଞ୍ଚିବା ପୂର୍ବରୁ ପଞ୍ଚୁପଡ଼ା ଗ୍ରାମରେ କାଳିଆ ହିତାଧିକାରୀଙ୍କ ଏକ ସମାବେଶରେ ଯୋଗଦାନ କରିବେ ।

Leave A Reply

Your email address will not be published.