Latest Odisha News

BREAKING NEWS

ସୁରେଶ ମହାପାତ୍ରଙ୍କୁ ନୂଆ ଦାୟିତ୍ଵ, ହେଲେ ସିଏମଓଙ୍କ ମୁଖ୍ୟ ପରାମର୍ଶଦାତା

ଭୁବନେଶ୍ୱର: ସୁରେଶ ମହାପାତ୍ରଙ୍କୁ ମିଳିଲା ନୂଆ ଦାୟିତ୍ୱ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ହେଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। ଏହି ନିଯୁକ୍ତି ପାଇବା ପରେ ସେ ଓଇଆର୍‌ସି ଅଧ୍ୟକ୍ଷ ପଦରୁ ଶୁକ୍ରବାର ଇସ୍ତଫା ଦେଇଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ପଦରୁ ପୂର୍ବତନ ଆଇଏଏସ୍‌ ଅଫିସର ଆର୍‌. ବାଳକ୍ରିଷ୍ଣନଙ୍କୁ ଅବ୍ୟାହତି ଦିଆଯାଇଛି।

ସେହିଭଳି ପୂର୍ବତନ ମୁଖ୍ୟ ଶାସନସଚିବ ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (ଡବ୍ଲ୍ୟୁଓଡିସି) ଅଧ୍ୟକ୍ଷ ଅସୀତ ତ୍ରିପାଠୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ପ୍ରମୁଖ ପରାମର୍ଶଦାତା ପଦବୀରୁ ମୁକ୍ତ ଦିଆଯାଇଛି। ସମସ୍ତ ପ୍ରମୁଖ ପରାମର୍ଶଦାତା ପଦବୀରୁ ଅବ୍ୟାହତି ନେବା ପାଇଁ ଅସିତ ଅନୁରୋଧ କରିଥିଲେ।

Leave A Reply

Your email address will not be published.