Latest Odisha News

ଆଜି ଭାରତ-ବାଂଲାଦେଶ ଶେଷ ଟି-୨୦ ଟକ୍କର, ସିରିଜ ମୂଳପୋଛ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ନାଗପୁର: ଆଜି ଭାରତ ଓ ବାଂଲାଦେଶ ମଧ୍ୟରେ ଶେଷ ଟି-୨୦ ମ୍ୟାଚ ଖେଳାଯିବ । ସ୍ଥାନୀୟ ବିଦର୍ଭ କ୍ରିକେଟ୍ ଷ୍ଟାଡିୟମରେ ଏହି ୩ୟ ତଥା ଅନ୍ତିମ ମ୍ୟାଚ ଅନୁଷ୍ଠିତ ହେବ । ମ୍ୟାଚରେ ଭାରତୀୟ ଖେଳାଳୀ ମାନେ ନିଜର ଶକ୍ତି ପ୍ରଦର୍ଶନ କରିବା ସହ ସିରିଜ ଜିତିବା ଲକ୍ଷ୍ୟନେଇ ମଇଦାନକୁ ଓହ୍ଲାଇବ ।

ଅନ୍ୟପକ୍ଷରେ ତିନି ଶୃଙ୍ଖଳା ବିଶିଷ୍ଟ ଏହି ଟି-୨୦ ମ୍ୟାଚ୍ ୧-୧ରେ ବରାବର ରହିଥିବା ବେଳେ ସିରିଜ ମୂଳପୋଛ କରିବା ପାଇଁ ଟିମ୍ ଇଣ୍ଡିଆ ପକ୍ଷରୁ ଜୋରଦାର୍ ପ୍ରୟାସ କରାଯିବ ।

ତେବେ ଟିମ୍ ଇଣ୍ଡିଆ ପାଇଁ ବିପର୍ଯ୍ୟୟ ବୋଲିଂ ମୁଣ୍ଡ ବିନ୍ଧାର କାରଣ ପାଲଟିପାରେ । ଏପରିକି ଖଲିଲ ଅହମ୍ମଦ ଆଖିଦୃଶିଆ ପ୍ରଦର୍ଶନ କରୁନଥିବାରୁ ତାଙ୍କ ସ୍ଥାନରେ ଆଉ କାହାକୁ ସ୍ଥାନ ମିଳିପାରେ ।

ଆଜି ଖେଳାଯିବାକୁ ଥିବା ଏହି ମ୍ୟାଚରେ ବାଂଲାଦେଶ ମଧ୍ୟ ଜବରଦସ୍ତ ପ୍ରଦର୍ଶନ କରି ଭାରତକୁ କଡା ଟକ୍କର ଦେବାକୁ ମଧ୍ୟ ଚେଷ୍ଟା କରିବ । ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯିବାକୁ ଥିବା ଏହି ମ୍ୟାଚ ବେଶ ସଂଘର୍ଷମୟ ହେବ ।

ଟିମ୍ ଇଣ୍ଡିଆ : ରୋହିତ ଶର୍ମା (ଅଧିନାୟକ), ଶିଖର ଧାୱନ୍, ମନୀଷ ପାଣ୍ଡେ, ଶ୍ରେୟସ ଅୟର୍, କ୍ରୁନାଲ ପାଣ୍ଡ୍ୟା, ଶିବମ୍ ଦୁବେ, ୱାସିଂଟନ୍ ସୁନ୍ଦର,ଲୋକେଶ ରାହୁଲ୍, ଋଷଭ ପନ୍ତ୍, ସଞ୍ଜୁ ସେମସନ୍, ଦୀପକ ଚହର, ଖଲିଲ ଅହମ୍ମଦ, ରାହୁଲ୍ ଚହଲ୍, ଶାର୍ଦ୍ଦୂଳ ଠାକୁର ଓ ୟୁଜ୍ବେନ୍ଦ୍ର ଚହଲ୍।

Leave A Reply

Your email address will not be published.