Latest Odisha News

ଟି-ଟ୍ୱେଣ୍ଟି: ହ୍ୟାଟ୍ରିକ୍ ଲକ୍ଷ୍ୟରେ ଭାରତ

ହାଇଦ୍ରାବାଦ: ଆଜି ପୁଣି ମଇଦାନରେ ମୁହାଁମୁହିଁ ହେବେ ଭାରତ-ବାଂଲାଦେଶ । ଆଜି ହାଇଦ୍ରାବାଦରେ ଖେଳାଯିବ ତୃତୀୟ ତଥା ଅନ୍ତିମ ଟି-ଟ୍ୱେଣ୍ଟି ମ୍ୟାଚ୍ । ପ୍ରଥମ ଥର ପାଇଁ ହାଇଦ୍ରାବାଦରେ ୨ ଟିମ୍ ମୁହାଁମୁହିଁ ହେବାକୁ ଥିବା ବେଳେ ବାଂଲାଦେଶ ବିପକ୍ଷରେ କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ଭାରତୀୟ ଟିମ୍ । ତେବେ ୩ ମ୍ୟାଚ ବିଶିଷ୍ଟ ସିରିଜ୍‌ରେ ଭାରତ ୨-୦ରେ ଆଗୁଆ ରହିଛି । ତେଣୁ ଆସନ୍ତା ମ୍ୟାଚରେ ରିଜର୍ଭ ଖେଳାଳିଙ୍କୁ ଜିତିବାର ସୁଯୋଗ ମିଳିବ ।

ତେବେ ଦିଲ୍ଲୀରେ ଅନୁଷ୍ଠିତ ଗତ ମ୍ୟାଚରେ ଟି-ଟ୍ବେଣ୍ଟି ଶୃଙ୍ଖଳାର କ୍ରମାଗତ ୨ୟ ମ୍ୟାଚ୍‌ରେ ବାଂଲାଦେଶ ବିପକ୍ଷରେ ଭାରତ ବଡ଼ ବ୍ୟବଧାନରେ ବିଜୟ ହାସଲ କରିଥିଲା। ନୀତୀଶ କୁମାର ରେଡ୍‌ଡୀଙ୍କ ଅଲ୍‌ରାଉଣ୍ଡ ସଫଳତା ବଳରେ ବୁଧବାର ଦ୍ବିତୀୟ ଥର ପାଇଁ ଟି- ଟ୍ବେଣ୍ଟି ମ୍ୟାଚ୍‌ରେ ବାଂଲାଦେଶକୁ ୮୬ ରନ୍‌ରେ ଭାରତ ପରାସ୍ତ କରିଥିଲା । ତେବେ ଏଥର ମଧ୍ୟ ନୀତିଶ କୁମାରଙ୍କ ଉପରେ ନଜର ରହିବ । ସେହିପରି ଦ୍ରୁତ ବୋଲର ମୟଙ୍କ ଯାଦବ ଓ ବରୁଣ ଚକ୍ରବର୍ତ୍ତୀଙ୍କ ବୋଲିଂ ଉପରେ ମଧ୍ୟ ନଜର ରହିବ । ଏହାସହିତ ରିଙ୍କୁ ସିଂହଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ଭାରତ ୯ ୱିକେଟ୍‌ରେ ୨୨୧ ରନ୍‌ର ଅଧିକ ସ୍କୋର୍‌ କରିଥିଲା। ପରେ ଭାରତୀୟ ବୋଲିଂର ମୁକାବିଲା କରିନପାରି ବାଂଲାଦେଶ ୯ ୱିକେଟ୍‌ରେ ୧୩୫ ରନ୍‌ କରି ପାରିଥିଲା। କ୍ରମାଗତ ୨ୟ ବିଜୟ ସହ ଭାରତ ୨-୦ରେ ଆଗୁଆ ରହି ୩ ମ୍ୟାଚ୍‌ର ଟି-ଟ୍ବେଣ୍ଟି ଶୃଙ୍ଖଳା ହାତେଇ ନେଇଛି ।

Leave A Reply

Your email address will not be published.