Latest Odisha News

BREAKING NEWS

୧୩ ମାସ ଘୁଂଚିଲା ଭାରତୀୟ କ୍ରିକେଟ ଟିମର ବାଂଲାଦେଶ ଗସ୍ତ

ନୂଆଦିଲ୍ଲୀ: ବିଭିନ୍ନ କଳ୍ପନା ଜଳ୍ପନା ପରେ ଭାରତୀୟ କ୍ରିକେଟ ଟିମର ବାଂଲାଦେଶ ଗସ୍ତ ୧୩ମାସ ଘୁଂଚାଇ ଦିଆଯାଇଛି । ବିସିସିଆଇ ପକ୍ଷରୁ ବିଧିବଦ୍ଧ ଭାବେ ଏହି ସୂଚନା ଦିଆଯାଇଛି । ଉଭୟ ବୋର୍ଡ ଆଲୋଚନା କରିବା ପରେ ଏହି ନିଷ୍ପତି ନିଆଯାଇଛି । ଭାରତ ଏହି ଗସ୍ତରେ ୩ଟି ଦିନିକିଆ ଓ ସମାନ ସଂଖ୍ୟକ ଟି୨୦ ମ୍ୟାଚ ଖେଳିଥାନ୍ତା । ଅଗଷ୍ଟ ୨୦୨୫ ବଦଳରେ ଟିମ ଇଣ୍ଡିଆ ଏବେ ସେପ୍ଟମ୍ବର ୨୦୨୬ରେ ଏହି ଗସ୍ତରେ ଯିବ । ଖୁବ ଶୀଘ୍ର ଏହି ସିରିଜର ନୂତନ କାର୍ଯ୍ୟସୂଚୀ ଘୋଷଣା କରାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଯୋଗୁ ବୋର୍ଡ ଏହି ନିଷ୍ପତି ନେଇଛି ।

ଖେଳାଳିମାନଙ୍କ ସୁରକ୍ଷାକୁ ଆମେ ସର୍ବଦା ଗୁରୁତ୍ୱ ଦେଇ ଆସୁଛୁ । ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ପ୍ରଶଂସକମାନଙ୍କୁ ଏବେ ସେମାନଙ୍କ ଖେଳ ଦେଖିବା ପାଇଁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିବ । ଟି୨୦ ଓ ଟେଷ୍ଟରୁ ଉଭୟ ଖେଳାଳି ଅବସର ନେଇ ସାରିଛନ୍ତି । ଏବେ କେବଳ ଦିନିକିଆ କ୍ରିକେଟ ଖେଳିବା ଜାରି ରଖିଛନ୍ତି । ଏବେ ଅକ୍ଟୋବର ପର୍ଯ୍ୟନ୍ତ ପ୍ରଶଂସକଙ୍କୁ ଅପେକ୍ଷା କରିବା । ଏହି ସମୟରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ସିରିଜ ଖେଳିବ ।

Comments are closed.