ଚେନ୍ନାଇ: ଭାରତ ବିପକ୍ଷ ଚେନ୍ନାଇ ଟେଷ୍ଟରେ ଇଂଲଣ୍ଡର ବିଶାଳ ସ୍କୋର । ପ୍ରଥମ ଇନିଂସରେ ଭ୍ରମଣକାରୀ ଟିମ୍ ୫୭୮ ରନରେ ଅଲ୍ ଆଉଟ୍ ହୋଇଛି । ଗତକାଲିର ଅସମାପ୍ତ ୮ ଓ୍ୱିକେଟରେ ୫୫୫ରନରୁ ତୃତୀୟ ଦିନ ଖେଳ ଆରମ୍ଭ କରିଥିଲା ଇଂଲିଶ ବାହିନୀ । ଜୋନ୍ ବେସଙ୍କୁ ଏଲବିଡବ୍ଲ୍ୟୁ କରି ନବମ ଓ୍ୱିକେଟ ଖସାଇଥିଲେ ବୁମରାହ ।

ତୃତୀୟ ଦିନ ଖେଳର ଦଶମ ଓଭରରେ ଆଣ୍ଡରସନଙ୍କ ଓ୍ୱିକେଟ ନେଇ ଇଂଲଣ୍ଡର ପ୍ରଥମ ଇନିଂସର ପରିସମାପ୍ତି କରିଥିଲେ ଅଶ୍ୱିନ । ଭାରତ ପକ୍ଷରୁ ଅଶ୍ୱିନ ଓ ବୁମରାହ ୩ଟି ଲେଖାଏଁ ଓ୍ୱିକେଟ ନେଇଛନ୍ତି । ସେହିପରି ଇଶାନ୍ତ ଶର୍ମା ଓ ଶାହବାଜ ନଦୀମ ୨ଟି ଲେଖାଏ ଓ୍ୱିକେଟ ପାଇଛନ୍ତି ।

ଇଂଲଣ୍ଡ ପକ୍ଷରୁ ଅଧିନାୟକ ଜୋ ରୁଟ୍ ୧୦୦ତମ ଟେଷ୍ଟ ଖେଳି ଦ୍ୱିଶତକ(୨୧୮ରନ୍) ହାସଲ କରିଛନ୍ତି । ବେନ୍ ଷ୍ଟୋକସ କରିଛନ୍ତି ୮୨ ରନ୍ । ଏବେ ଚର୍ଚ୍ଚା ହେଉଛି ଇଂଲଣ୍ଡର ରନ୍ ପାହାଡ଼କୁ କାଟି ଭାରତ ପ୍ରଥମ ଟେଷ୍ଟ କଣ ଜିତି ପାରିବ ।
BREAKING NEWS
- ଥାଇଲ୍ୟାଣ୍ଡ ଫେରନ୍ତାଙ୍କ ଠାରୁ ଲୁଟ୍ କରି ବନ୍ଧା ହେଲେ କ୍ୟାବ୍ ଡ୍ରାଇଭର; ଏପରି କରିଥିଲେ ଲୁଟ୍ ପ୍ଲାନ୍…
- ୫୦୦% ଟାରିଫ ଧମକ ମଧ୍ୟରେ ଖସିଲା ସେୟାର ବଜାର
- ବରୁଣ ଧୱନଙ୍କୁ ଟ୍ରୋଲ୍ କଲେ ୟୁଜର୍ସ, ଚିହିଁକିଲେ ‘ବର୍ଡର ୨’ରେ ପ୍ରଡ୍ୟୁସର୍
- Jaundice In Khordha: ଏଥିପାଇଁ ନବୋଦୟ ସ୍କୁଲରେ ବ୍ୟାପିଲା ଜଣ୍ଡିସ୍;ଆସିଲା ଜିଲ୍ଲା ଜନସ୍ବାସ୍ଥ୍ୟ ବିଭାଗର ରିପୋର୍ଟ
- ଲିଷ୍ଟ ଏ କ୍ରିକେଟରେ ବିଶ୍ୱ ରେକର୍ଡ ସ୍ଥାପନ କଲେ ରିତୁରାଜ
- pollution certificate: ‘ସାର୍ଟିଫିକେଟ ନାହିଁ ତ ତେଲ ନାହିଁ,ଏହି ନିଷ୍ପତ୍ତି ପ୍ରତ୍ୟାହାର ନକଲେ ଆନ୍ଦୋଳନକୁ ରାଜ୍ୟବ୍ୟାପୀ କରାଯିବ’
- ଲାଞ୍ଚ ନେଇ ଫସିଲେ ଆରଆଇ
- Odisha receive bomb threat: ବୋମା ଧମକର ବିଧିବଦ୍ଧ ତଦନ୍ତ ଦାବି କଲା ହାଇକୋର୍ଟ ବାର ଆସୋସିଏସନ
- ରେଡ୍ ବେଳେ ପହଞ୍ଚିଲେ ମମତା ବାନାର୍ଜୀ; ଇଡି ସହ ମୁହାଁମୁହିଁ
- କ୍ଷମା ମାଗିଲେ ଇଂଲଣ୍ଡ ଦଳର ଅଧିନାୟକ ହ୍ୟାରୀ ବ୍ରୁକ
Comments are closed.