ପୁନେ: ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବ ଦ୍ୱିତୀୟ ଦିନିକିଆ । ପୁନେରେ ଏହି ମ୍ୟାଚ ଖେଳାଯିବ । ଏହି ମ୍ୟାଚ୍ ଜିତି ଆଗୁଆ ସିରିଜ କବଜା କରିବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ତେବେ ପ୍ରଥମ ଦିନିକିଆରେ ଆହତ ହୋଇଥିବା ରୋହିତ ଶର୍ମା ଖେଳିବା ନେଇ ସସପେନ୍ସ ଦେଖାଦେଇଛି । ଏଯାଏ ଟିମ୍ ମ୍ୟାନେଜମେଣ୍ଟ ପକ୍ଷରୁ କୌଣସି ସୂଚନା ମିଳି ନାହିଁ । ଯଦି ରୋହିତ ନଖେଳିବେ ଶିଖର ଧଓ୍ୱନଙ୍କ ସହ ଇନିଂସ ଓପନ୍ କରି ପାରନ୍ତି ଶୁଭମନ୍ ଗିଲ୍ ।

ବର୍ତ୍ତମାନ ଟିମ୍ ଇଣ୍ଡିଆର ମିଡିଲ ଅର୍ଡର ଶକ୍ତିଶାଳୀ ରହିଛି । କ୍ୟାପଟେନ୍ କୋହଲି ଓ କେ. ଏଲ୍. ରାହୁଲ ଯେକୌଣସି ପରିସ୍ଥିତିରେ ଦଳକୁ ବିଜୟ କରାଇବାର ସାମର୍ଥ୍ୟ ରଖିଛନ୍ତି । କୁହାଯାଉଛି ଆଜିର ମ୍ୟାଚରେ ଏକଦିବସୀୟରେ ଡେବ୍ୟୁ କରିପାରନ୍ତି ସୂର୍ଯ୍ୟକୁମାର ଯାଦବ । ସେ ଖେଳିଲେ ଦଳର ବ୍ୟାଟିଂ ଅର୍ଡର ଆହୁରି ଶକ୍ତିଶାଳି ହେବ । ଶ୍ରେୟସ ଆୟାର ଆହତ ହୋଇଥିବାରୁ ତାଙ୍କ ସ୍ଥାନରେ ସୂର୍ଯ୍ୟକୁମାରଙ୍କୁ ସୁଯୋଗ ମିଳିପାରେ ।

ଅଲରାଉଣ୍ଡର ଭୂମିକାରେ ନଜର ଆସିବେ ପାଣ୍ଡ୍ୟା ବ୍ରଦର୍ସ । ଗତ ମ୍ୟାଚରେ ଅପରାଜିତ ଅର୍ଦ୍ଧଶତକ ମାରିଥିବା କ୍ରୁନାଲ ପାଣ୍ଡ୍ୟାଙ୍କଠାରୁ ପୁଣି ଥରେ ବିସ୍ଫୋରକ ଇନିଂସ ଆଶା କରାଯାଉଛି । ସେହିପରି ପ୍ରଥମ ଦିନିକିଆରେ ଫେଲ୍ ମାରିଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟାଟ୍ ଚାଲିଲେ ଦଳ ବଡ଼ ସ୍କୋର କରିବ ।

ସେହିପରି ସ୍ପିନ ବୋଲିଂ ସ୍କ୍ୱାଡକୁ ଫେରି ପାରନ୍ତି ଯୁଜବେନ୍ଦର ଚହଲ । କୁଳଦୀପ ଯାଦବଙ୍କ ସ୍ଥାନରେ ସେ ଖେଲି ପାରନ୍ତି । ପ୍ରଥମ ଦିନିକିଆରେ କୁଳଦୀପ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ୯ ଓଭର ବୋଲିଂ କରି ୬୮ ରନ୍ ଦେଇଥିଲେ । ଫାଷ୍ଟ ବୋଲିଂରେ କୌଣସି ପରିବର୍ତ୍ତନ କରିବେ ନାହିଁ କୋହଲି । ଭୁବନେଶ୍ୱର କୁମାର, ପ୍ରସିଦ୍ଧି କୃଷ୍ଣା ଓ ସାର୍ଦ୍ଦୁଲ ଠାକୁରଙ୍କ ପୁଣି ଥରେ ରିପିଟ୍ କରିବ ଦଳ ।

ସେହିପରି ସିରିଜକୁ ଫେରିବା ପାଇଁ ଭରପୁର ଉଦ୍ୟମ କରିବ ଇଂଲିଶ ବାହିନୀ । ଅଧିନାୟକ ଇୟନ ମୋର୍ଗାନ ଆହତ କାରଣରୁ ସିରିଜରୁ ବାଦ ପଡ଼ିଛନ୍ତି । ଜୋ ରୁଟଙ୍କ ନେତୃତ୍ୱରେ ଏହି ମ୍ୟାଚ୍ ଜିତି ସିରିଜ ବରାବର କରିବା ଲକ୍ଷ୍ୟରେ ମୈଦାନୀକୁ ଓହ୍ଲାଇବ ଇଂଲଣ୍ଡ ।
BREAKING NEWS
- ଟ୍ରମ୍ପଙ୍କ ବଡ଼ ଦାବି; ମୋ ଯୋଗୁଁ ବଞ୍ଚିଗଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ…
- Israel’s parliament in Indian tricolour: ପହଞ୍ଚିନାହାନ୍ତି ମୋଦୀ, ଇସ୍ରାଏଲ ସଂସଦରେ ଝଲସିଲା ତ୍ରିରଙ୍ଗା
- India Abstains From UNGA Draft: ରୁଷ ଏବଂ ୟୁକ୍ରେନ ମଧ୍ୟରେ ନିଃସର୍ତ୍ତ ଯୁଦ୍ଧବିରତି ଡ୍ରାଫ୍ଟ ପ୍ରସ୍ତାବ, ବିରତ ରହିଲା ଭାରତ
- Priyanka Gandhi Demands To PM Modi: ନେତାନ୍ୟାହୁଙ୍କ ନିମନ୍ତ୍ରଣରେ ଇସ୍ରାଏଲ ଗସ୍ତରେ ପ୍ରଧାନମନ୍ତ୍ରୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଲେ…
- କିଶୋରୀ ଓ ମହିଳାଙ୍କୁ ମାଗଣାରେ ମିଳିବ ଜରାୟୁ କ୍ୟାନ୍ସର ସଞ୍ଜିବନୀ
- ଇସ୍ରାଏଲ୍ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
- ଖଣି ଅଧିକାରୀଙ୍କ ଫ୍ଲାଟରୁ ୪ କୋଟିରୁ ଅଧିକ ନଗଦ ଟଙ୍କା ଜବତ କଲା ଭିଜିଲାନ୍ସ
- ଲରେନ୍ସ ବିଷ୍ଣୋଇଙ୍କ ଓକିଲଙ୍କ ଉପରେ ଗୁଳିମାଡ଼, ପୋଲିସର ତଦନ୍ତ ଜାରି
- ରାଜକନିକାର ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା: ୫୦ ହଜାର ସହାୟତା , ଉଚ୍ଚସ୍ତରୀୟ ତଦନ୍ତ ଦାବି
- Weather Update: ଅଦିନିଆ ବର୍ଷାରେ ଭିଜିଲା ଅଧା ଓଡ଼ିଶା, ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
Comments are closed.