ପୁନେ: ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବ ଦ୍ୱିତୀୟ ଦିନିକିଆ । ପୁନେରେ ଏହି ମ୍ୟାଚ ଖେଳାଯିବ । ଏହି ମ୍ୟାଚ୍ ଜିତି ଆଗୁଆ ସିରିଜ କବଜା କରିବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ତେବେ ପ୍ରଥମ ଦିନିକିଆରେ ଆହତ ହୋଇଥିବା ରୋହିତ ଶର୍ମା ଖେଳିବା ନେଇ ସସପେନ୍ସ ଦେଖାଦେଇଛି । ଏଯାଏ ଟିମ୍ ମ୍ୟାନେଜମେଣ୍ଟ ପକ୍ଷରୁ କୌଣସି ସୂଚନା ମିଳି ନାହିଁ । ଯଦି ରୋହିତ ନଖେଳିବେ ଶିଖର ଧଓ୍ୱନଙ୍କ ସହ ଇନିଂସ ଓପନ୍ କରି ପାରନ୍ତି ଶୁଭମନ୍ ଗିଲ୍ ।

ବର୍ତ୍ତମାନ ଟିମ୍ ଇଣ୍ଡିଆର ମିଡିଲ ଅର୍ଡର ଶକ୍ତିଶାଳୀ ରହିଛି । କ୍ୟାପଟେନ୍ କୋହଲି ଓ କେ. ଏଲ୍. ରାହୁଲ ଯେକୌଣସି ପରିସ୍ଥିତିରେ ଦଳକୁ ବିଜୟ କରାଇବାର ସାମର୍ଥ୍ୟ ରଖିଛନ୍ତି । କୁହାଯାଉଛି ଆଜିର ମ୍ୟାଚରେ ଏକଦିବସୀୟରେ ଡେବ୍ୟୁ କରିପାରନ୍ତି ସୂର୍ଯ୍ୟକୁମାର ଯାଦବ । ସେ ଖେଳିଲେ ଦଳର ବ୍ୟାଟିଂ ଅର୍ଡର ଆହୁରି ଶକ୍ତିଶାଳି ହେବ । ଶ୍ରେୟସ ଆୟାର ଆହତ ହୋଇଥିବାରୁ ତାଙ୍କ ସ୍ଥାନରେ ସୂର୍ଯ୍ୟକୁମାରଙ୍କୁ ସୁଯୋଗ ମିଳିପାରେ ।

ଅଲରାଉଣ୍ଡର ଭୂମିକାରେ ନଜର ଆସିବେ ପାଣ୍ଡ୍ୟା ବ୍ରଦର୍ସ । ଗତ ମ୍ୟାଚରେ ଅପରାଜିତ ଅର୍ଦ୍ଧଶତକ ମାରିଥିବା କ୍ରୁନାଲ ପାଣ୍ଡ୍ୟାଙ୍କଠାରୁ ପୁଣି ଥରେ ବିସ୍ଫୋରକ ଇନିଂସ ଆଶା କରାଯାଉଛି । ସେହିପରି ପ୍ରଥମ ଦିନିକିଆରେ ଫେଲ୍ ମାରିଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟାଟ୍ ଚାଲିଲେ ଦଳ ବଡ଼ ସ୍କୋର କରିବ ।

ସେହିପରି ସ୍ପିନ ବୋଲିଂ ସ୍କ୍ୱାଡକୁ ଫେରି ପାରନ୍ତି ଯୁଜବେନ୍ଦର ଚହଲ । କୁଳଦୀପ ଯାଦବଙ୍କ ସ୍ଥାନରେ ସେ ଖେଲି ପାରନ୍ତି । ପ୍ରଥମ ଦିନିକିଆରେ କୁଳଦୀପ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ୯ ଓଭର ବୋଲିଂ କରି ୬୮ ରନ୍ ଦେଇଥିଲେ । ଫାଷ୍ଟ ବୋଲିଂରେ କୌଣସି ପରିବର୍ତ୍ତନ କରିବେ ନାହିଁ କୋହଲି । ଭୁବନେଶ୍ୱର କୁମାର, ପ୍ରସିଦ୍ଧି କୃଷ୍ଣା ଓ ସାର୍ଦ୍ଦୁଲ ଠାକୁରଙ୍କ ପୁଣି ଥରେ ରିପିଟ୍ କରିବ ଦଳ ।

ସେହିପରି ସିରିଜକୁ ଫେରିବା ପାଇଁ ଭରପୁର ଉଦ୍ୟମ କରିବ ଇଂଲିଶ ବାହିନୀ । ଅଧିନାୟକ ଇୟନ ମୋର୍ଗାନ ଆହତ କାରଣରୁ ସିରିଜରୁ ବାଦ ପଡ଼ିଛନ୍ତି । ଜୋ ରୁଟଙ୍କ ନେତୃତ୍ୱରେ ଏହି ମ୍ୟାଚ୍ ଜିତି ସିରିଜ ବରାବର କରିବା ଲକ୍ଷ୍ୟରେ ମୈଦାନୀକୁ ଓହ୍ଲାଇବ ଇଂଲଣ୍ଡ ।
BREAKING NEWS
- ସୟେଦ ମୁସ୍ତାକ ଅଲ୍ଲୀ ଟ୍ରଫି: ଶୁଭ୍ରାଂଶୁ ସେନାପତିଙ୍କ ବିସ୍ଫୋରକ ୮୯ ରନ୍ ସତ୍ତ୍ୱେ ହାରିଲା ଓଡ଼ିଶା
- ଏସିଆ ରଗ୍ବୀ ଏମିରେଟ୍ସ ଅଣ୍ଡର-୨୦ ସେଭେନ୍ସ ଚାମ୍ପିୟନସିପ୍ ଉଦ୍ଘାଟିତ;୧୦ଟି ଦେଶର ୧୭ଟି ଟିମ୍ ଅଂଶଗ୍ରହଣ
- ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ: ଗୁରନୁରଙ୍କୁ ମିଳିଲା ସୁଯୋଗ, କୁଲଦୀପ ବାଦ୍
- ଜେଲରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ: ପତ୍ନୀଙ୍କୁ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ଓ ସରକାରୀ ଚାକିରି ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
- ସିବିଆଇ ଜାଲରେ ପାରାଦୀପ ବନ୍ଦର ଅଧିକାରୀ, ବାସଭବନରେ ଚାଲିଛି ରେଡ୍; ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ
- ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡିଶାକୁ ଆଉ ଲକ୍ଷେ ଘର, ବଲାଙ୍ଗୀରର ସର୍ବାଙ୍ଗୀନ ବିକାଶ ପାଇଁ ୯୧୧ କୋଟିର ପ୍ରକଳ୍ପ ଭେଟି
- ୧୫ ବର୍ଷ ବୟସରେ ଇତିହାସ ରଚିଲେ ବୈଭବ ସୂର୍ଯ୍ୟବଂଶୀ: ପୁରୁଷ ଟି-୨୦ କ୍ରିକେଟରେ ହେଲେ ସର୍ବକନିଷ୍ଠ ଅଧିନାୟକ
- ଚଳିତ ବର୍ଷ ସୀମିତ ହେବ ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ!
- Money-Saving Habits: ଶିଶୁ ଦିବସରେ ପିଲାଙ୍କୁ ଶିଖାନ୍ତୁ ଟଙ୍କା ସଞ୍ଚୟ କରିବାର ୭ ଉପାୟ…ବଡ଼ ହେଲେ ଆର୍ଥିକ ସମସ୍ୟାରୁ ରହିବେ ଦୂରରେ!
- ରାଜଧାନୀରେ ବାର୍ଷିକ ଶିଶୁ ମହୋତ୍ସବ-୨୦୨୬, ଶିଶୁଙ୍କ ସାମଗ୍ରିକ ବିକାଶକୁ ପ୍ରୋତ୍ସାହନ ପାଇଁ ‘କୋଟିଏ ହସ’
Comments are closed.