ଭୁବନେଶ୍ୱର: ଦେଶରେ କରୋନା କାୟା ମାଡ଼ି ମାଡ଼ି ଚାଲିଛି । ଯଦିଓ ଓଡ଼ିଶାରେ ସ୍ଥିତି ନିୟନ୍ତ୍ରଣରେ ରହିଛି, ତଥାପି ସତର୍କତା ନିହାତି ଆବଶ୍ୟକ । ଏବେ ୬ଟି ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ରାଜ୍ୟବାସୀଙ୍କୁ ସତର୍କ କରାଇଛି ସ୍ୱାସ୍ଥ୍ୟ ବିଭାଗ । କରୋନାର ନୂଆ ଷ୍ଟ୍ରେନ୍ ପୂର୍ବ ଅପେକ୍ଷା ଅଧିକ ମାରାତ୍ମକ ଓ ଭୟଙ୍କର । ଯାହାକୁ ନିୟନ୍ତ୍ରଣ କରିବା ସହଜସାଧ୍ୟ ନୁହେଁ ।
ଶୁଖିଲା ବସ୍ତୁରେ ୮ଦିନ ସକ୍ରିୟ ରହୁଛି ନୂଆ ଷ୍ଟ୍ରେନ୍
ପୂର୍ବ ଷ୍ଟ୍ରେନ୍ ଅପେକ୍ଷା ଏହା ଅଧିକ ସହଜରେ ଦେହରେ ପ୍ରବେଶ କରିପାରେ । ଏପରିକି ନୂଆ ଷ୍ଟ୍ରେନରେ ସଂକ୍ରମଣ ହାର ଅଧିକ ସମ୍ଭାବନା ରହିଛି । ଶୁଖିଲା ବସ୍ତୁରେ ୮ ଦିନ ସକ୍ରିୟ ରହିବା ସମ୍ଭାବନା ବି ରହିଛି । ଏହାକୁ ଦୃଷ୍ଟିରେ ରଖି ସତର୍କ କରାଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।

କୋଭିଡ୍ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି । ଠିକ୍ ଭାବେ ମାସ୍କ ପିନ୍ଧିବା, ହାତ ଧୋଇବା ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି । ଅଧିକ ଭିଡ଼ ନକରିବା ଓ ସାମାଜିକ ଦୂରତା ମାନିବା । ସ୍କୁଲ, କଲେଜ, ମନ୍ଦିର ଓ ବଜାରରେ କୋଭିଡ୍ ନିୟମ ମାନିବାକୁ ଅପିଲ କରିଛି ସ୍ୱାସ୍ଥ୍ୟ ବିଭାଗ । ଦେଶର ବିଭିନ୍ନ ସହରରେ ପୁଣି ଥରେ ଲକଡାଉନ୍ ଆରମ୍ଭ ହେଲାଣି । ସେଭଳି ସ୍ଥିତି ନଫେରିବା ଦିଗରେ ସତର୍କ ରହିବା ପାଇଁ କୁହାଯାଇଛି ।
ବାହାର ରାଜ୍ୟରୁ ଫେରୁଥିଲେ ୭ଦିନ ପୃଥକବାସ

ଜନସମାଗମ ଉପରେ ସରକାର କଟକଣାକୁ ସାମାନ୍ କୋହଳ କରିଥିଲେ ବି ବିଭିନ୍ନ କାର୍ଯ୍ୟକ୍ରମରେ ସାମାଜିକ ଦୂରତା ବଜାୟ ରଖିବା ସହ ଅଧିକ ଭିଡ଼ କରିବା ନାହିଁ । ବାହାର ରାଜ୍ୟରୁ ଫେରୁଥିଲେ ୭ ଦିନ ପୃଥକବାସରେ ରହିବା ପାଇଁ କହିଛି ସ୍ୱାସ୍ଥ୍ୟ ବିଭାଗ । ଦୁଇ ଦିନ ତଳେ କୋଭିଡ ସ୍ଥିତିର ସମୀକ୍ଷା କରି ଗାଇଡଲାଇନକୁ କଡ଼ାକଡ଼ି ପାଳନ କରିବା ପାଇଁ ରାଜ୍ୟବାସୀଙ୍କୁ ଅପିଲ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶବନ୍ୟ ସଂକ୍ରମଣ ସରକାରଙକ୍ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
BREAKING NEWS
- ଟାଇଗର ଶ୍ରଫ ଗୁଳିକାଣ୍ଡ ମାମଲାରେ ନୂଆ ଖୁଲାସା; ନାବାଳକ ଅଭିଯୁକ୍ତର ବାପା କହିଲେ – ପୁଅ ଦୁଇ ମାସ ପୂର୍ବରୁ ଘରୁ ଚାଲିଯାଇଥିଲା…
- ଇମ୍ରାନଙ୍କ ପୁଅଙ୍କ ସାକ୍ଷାତକାର ନେଇ ଅଡୁଆରେ ନାସିର ହୁସେନ୍, ମାଇକେଲ ଆର୍ଥଟନ
- ହତ୍ୟା ଯୋଜନା କରିଥିଲେ ବାପା…ପୁଅ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
- ରଣଜୀ ଟ୍ରଫି: କେରଳର ୪୦୪ ରନ୍ ଜବାବରେ ଓଡ଼ିଶା ୧୧୪/୩
- ତୀରନ୍ଦାଜ ଶୀତଳ ଦେବୀଙ୍କ ବିଶ୍ୱ ରେକର୍ଡ: ପାରା ଏସିଆନ୍ ଗେମ୍ସରେ ସୃଷ୍ଟି କଲେ ଇତିହାସ
- ଖସିଲା ସେନସେକ୍ସ, ନିବେଶକ ହରାଇଲେ ୪.୩ ଲକ୍ଷ କୋଟି…
- ବାଲିଯାତ୍ରା ପଡିଆରେ ନାବାଳକ ହତ୍ୟା ପଛରେ ତ୍ରିକୋଣୀୟ ପ୍ରେମ!
- ବିସିସିଆଇର ବଡ଼ ଘୋଷଣା; ପ୍ରଜ୍ଞାନ ଓଝା ଚୟନ କମିଟିର ଅଧ୍ୟକ୍ଷ…
- ରଣଜୀ ଟ୍ରଫି: ୭୮ ବର୍ଷ ପରେ ମିଜୋରମର ଚିନ୍ମୟଙ୍କ ୪୦୦ ରନର ଐତିହାସିକ ଇନିଂସ
- କକ୍ରୋଚକୁ ଟକ୍କର ଦେବ ଲାଲ୍ ହିଟ୍ ଜନତା ପାର୍ଟି…

Comments are closed.