Latest Odisha News

BREAKING NEWS

ଇଂଲଣ୍ଡ ବିପକ୍ଷ ଟି-୨୦ ପାଇଁ ଟିମ୍ ଇଣ୍ଡିଆରେ ନୂଆ ଚେହେରା, ଏମାନଙ୍କୁ ଏଣ୍ଟ୍ରି ଟିକେଟ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟି ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ୧୯ ଜଣିଆ ଟିମରେ ଚାରି ନୂଆ ଚେହେରାଙ୍କୁ ମିଳିଛି ସୁଯୋଗ । ଏମାନେ ହେଲେ ସୂର୍ଯ୍ୟକୁମାର ଯାଦବ, ଇଶାନ କିଷାନ ଓ ରାହୁଲ ତେଓ୍ୱାତିଆ । ଏମାନେ ସମସ୍ତେ ଗତ ଆଇପିଏଲରେ ଧମାଲ କରିଥିଲେ । ଏମାନଙ୍କ ସହ ବରୁଣ ଚକ୍ରବର୍ତ୍ତୀଙ୍କୁ ବି ଭାରତୀୟ ଟିମରେ ସୁଯୋଗ ମିଳିଛି । ଚୂଡ଼ାନ୍ତ ଦଳକୁ ଫେରିଛନ୍ତି ଭୁବନେଶ୍ୱର କୁମାର ।

୨୨ବର୍ଷୀୟ ଓ୍ୱିକେଟ କିପର ବ୍ୟାଟ୍ସମ୍ୟାନ୍ ଇଶାନ କିଷାନ । ଶନିବାର ବିଜୟ ହଜାରେ ଏକଦିବସୀୟ ଟୁର୍ଣ୍ଣାମେଣ୍ଟରେ ମଧ୍ୟପ୍ରଦେଶ ବିପକ୍ଷରେ ୯୪ବଲରେ ବିସ୍ଫୋରକ ୧୭୩ ରନ୍ କରିଥିଲେ। ସଞ୍ଜୁ ସାମସନଙ୍କ ସ୍ଥାନରେ ତାଙ୍କୁ ଦଳରେ ସାମିଲ କରାଯାଇଛି । ପୂର୍ବରୁ ଆଇପିଏଲର ୧୩ତମ ସଂସ୍କରଣରେ ମୁମ୍ୱାଇ ଇଣ୍ଡିଆନ୍ସ ଟିମରେ ଖେଳିଥିଲେ ଇଶାନ୍ତ କିଷାନ । ୧୪ ମ୍ୟାଚରୁ ହାସଲ କରିଥିଲେ ୫୧୬ ରନ୍ ।ଇଶାନ୍ କିଷାନ
ମୁମ୍ୱାଇ ପକ୍ଷରୁ ଘରୋଇ ମ୍ୟାଚ ଖେଳୁଥିବା ସୂର୍ଯ୍ୟକୁମାର ଯାଦବ ଗତ ଆଇପିଏଲରେ ମୁମ୍ୱାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳି କମାଲ କରିଥିଲେ । ଲଗାତାର ଭଲ ପ୍ରଦର୍ଶନ କରୁଥିବାରୁ ସୂର୍ଯ୍ୟକୁମାରଙ୍କୁ ଟି-ଟ୍ୱେଣ୍ଟି ଏଣ୍ଟ୍ରି ଟିକେଟ ମିଳିଛି ।

ହରିଆଣା କ୍ରିକେଟର ରାହୁଲ ତେଓ୍ୱାତିଆ ଆଇପିଏଲ୍ ଜବରଦସ୍ତ ପ୍ରଦର୍ଶନ କରିଥିଲେ । ଏବେ ତାଙ୍କୁ ଟିମ୍ ଇଣ୍ଡିଆରେ ସୁଯୋଗ ମିଳିଛି । ଚୂଡ଼ାନ୍ତ ଦଳରୁ ବାମହାତୀ ସ୍ପିନର କୁଳଦୀପ ଯାଦବ ଓ ବ୍ୟାଟ୍ସମ୍ୟାନ୍ ମନୀଷ ପାଣ୍ଡେଙ୍କୁ ବାଦ ଦିଆଯାଇଛି । ଫାଷ୍ଟ ବୋଲର ଯଶପ୍ରୀତ ବୁମରାହଙ୍କୁ ବିଶ୍ରାମ ଦିଆଯାଇଛି ।
ମାର୍ଚ୍ଚ ୧୨ ତାରିଖରୁ ଆରମ୍ଭ ହେବ ଭାରତ-ଇଂଲଣ୍ଡ ଟି-ଟ୍ୱେଣ୍ଟି ମ୍ୟାଚ୍ । ଉଭୟ ଦଳ ୫ଟି ଟ୍ୱେଣ୍ଟି ଟ୍ୱେଣ୍ଟି ଖେଳିବେ । ସମସ୍ତ ମ୍ୟାଚ୍ ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ଖେଳାଯିବ ।
୧୯ ଜଣିଆ ଭାରତୀୟ ଟିମ୍
ବିରାଟ କୋହଲି, ରୋହିତ ଶର୍ମା, ଲୋକେଶ ରାହୁଲ, ଶିଖର ଧଓ୍ୱନ, ଶ୍ରେୟସ ଆୟାର, ସୂର୍ୟ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ରିଷଭ ପନ୍ଥ, ଇଶାନ କିଷାନ, ଯୁଜବେନ୍ଦର ଚହଲ, ବରୁଣ ଚକ୍ରବର୍ତ୍ତୀ, ଅକ୍ଷର ପଟେଲ, ଓ୍ୱାଶିଂଟନ୍ ସୁନ୍ଦର, ରାହୁଲ ତେଓ୍ୱାତିଆ, ଟି. ନଟରାଜନ, ଭୁବନେଶ୍ୱର କୁମାର, ଦୀପକ ଚହର, ନବଦୀପ ସାଇନି, ସାର୍ଦ୍ଦୁଲ ଠାକୁର

Leave A Reply

Your email address will not be published.