Latest Odisha News

BREAKING NEWS

ସାହାଣ ନେଉଛି ଗଜରାଜଙ୍କ ଜୀବନ, କର୍ଲାପାଟ ଅଭୟାରଣ୍ୟରେ ହାତୀ ଛୁଆ ମୃତ

ଭବାନୀପାଟଣା: ବିପଦରେ ଗଜରାଜ । ଭୂତାଣୁ ନେଉଛି ଜୀବନ । ଗତ ୧୪ ଦିନ ମଧ୍ୟରେ କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟରେ ୬ ହାତୀଙ୍କ ମୃତ୍ୟୁ ହୋଇଥିଲା । ହାତୀ ମୃତ୍ୟୁକୁ ନେଇ ସାଧାରଣ ଲୋକଙ୍କ ସମେତ ମୁଖ୍ୟମନ୍ତ୍ରୀ ଉଦବେଗ୍ ପ୍ରକାଶ କରିଥିଲେ । କାରଣ ଖୋଜୁ ଖୋଜୁ ଜଣାପଡ଼ିଥିଲା ସାହାଣ ରୋଗରୁ ଯାଉଛି ହାତୀଙ୍କ ଜୀବନ । କେନ୍ଦ୍ରୀୟ ଟିମ୍ ବି ଆସି ସ୍ଥିତି ଅନୁଧ୍ୟାନ କରୁଛି । ଏହାରି ଭିତରେ ପୁଣି ଆଖି ବୁଜିଛି ଆଉ ଏକ ହାତୀ ଛୁଆ ।

ଏଥିସହ ୨୦ ଦିନ ମଧ୍ୟରେ କର୍ଲାପାଟ ଅଭାୟରଣ୍ୟରେ ହାତୀ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ପୂର୍ବରୁ ୬ ହାତୀଙ୍କ ମୃତ୍ୟୁ ହୋଇଥିବା ବେଳେ ସେଥିରେ ଗର୍ଭବତୀ ହାତୀ ବି ଥିଲା । ଲଗାତାର ହାତୀ ମୃତ୍ୟୁ ବନ ବିଭାଗ ଓ ପଶୁ ପ୍ରେମୀଙ୍କ ଚିନ୍ତା ବଢ଼ାଇ ଦେଇଛି ।

ସାହାଣ ରୋଗରୁ ହାତୀଙ୍କୁ ରକ୍ଷା ଲାଗି କର୍ଲାପାଟ ଅଭୟାରଣ୍ୟରେ ଟିକାକରଣ ଚାଲିଛି । ଆଖପାଖ ଗାଁରେ ଥିବା ଗାଈଗୋରୁ, ଛେଳି ଭଳି ଗୃହପାଳିତ ପଶୁଙ୍କୁ ମଧ୍ୟ ସାହାଣ ଟିକା ଦିଆଯିବା ନେଇ ନିଷ୍ପତ୍ତି ହୋଇଛି । ଟିକାକରଣ ଓ ସଚେତନତା କାର୍ଯ୍ୟକ୍ରମ ମାସେ ଯାଏ ଚାଲିବ ବୋଲି ଜିଲ୍ଲାପାଳ କହିଛନ୍ତି । ଅନ୍ୟପଟେ ହାତୀ ମୃତ୍ୟୁ ଅନୁଧ୍ୟାନ କରିବାକୁ ଆସିଥିବା କେନ୍ଦ୍ରୀୟ ୫ଟି ଅଞ୍ଚଳ ପରିଦର୍ଶନ କରିବା ସହ ନମୁନା ସଂଗ୍ରହ କରି ପରୀକ୍ଷଣ ପାଇଁ ପଠାଇଛନ୍ତି ।

Leave A Reply

Your email address will not be published.