Latest Odisha News

ଇଂଲଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟିରେ ୮୦ ରନର ପାଳି ଖେଳି କୋହଲି କଲେ ନୂଆ ରେକର୍ଡ

ଅହମଦାବାଦ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ପୁଣି ଥରେ ଏକ ରୋମାଞ୍ଚକାର ଇନିଂସ ଖେଳିଛନ୍ତି । ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ପଞ୍ଚମ ଟି-ଟ୍ୱେଣ୍ଟିରେ ଅପରାଜିତ ୮୦ ରନ୍ କରିଛନ୍ତି କୋହଲି । ଭାରତ ପଞ୍ଚମ ମ୍ୟାଚରେ ଇଂଲଣ୍ଡକୁ ୨୨୫ ରନର ବିଜୟ ଲକ୍ଷ୍ୟ ଦେଇଥିଲା । ଏହି ଇନିଂସରେ ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି ବିରାଟ କୋହଲି ।

ଟି-ଟ୍ୱେଣ୍ଟି କ୍ରିକେଟରେ ଅଧିନୟାକ ଭାବେ ସବୁଠୁ ଅଧିକ ରନ୍ ସଂଗ୍ରହ କରିଛନ୍ତି କୋହଲି । ଏଥିସହ ଅଧିନାୟକ ଭାବେ ବିରାଟ କୋହଲି ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରେ ସବୁଠୁ ଅଧିକ ଅର୍ଦ୍ଧଶତକ ମାରିଥିବା ଖେଳାଳି । କୋହଲି ଇଂଲଣ୍ଡ ବିପକ୍ଷ ଅନ୍ତିମ ମ୍ୟାଚରେ ୫୨ ବଲରେ ୭ ଚୌକା ଓ ୨ଟି ଛକା ମାରି ଅପରାଜିତ ୮୦ ରନ୍ କରିଥିଲେ । କ୍ୟାପଟେନ୍ ଭାବେ ଏହା ବିରାଟଙ୍କ ୧୨ତମ ଅର୍ଦ୍ଧଶତକ ହୋଇଥିବା ବେଳେ ଟି-ଟ୍ୱେଣ୍ଟି କ୍ୟାରିୟରରେ ୨୮ତମ ଅର୍ଦ୍ଧଶତକ । ଏହି ମାମଲାରେ କୋହଲି ନ୍ୟୁଜିଲାଣ୍ଡ ଅଧିନାୟକ ୱିଲିୟମସନଙ୍କୁ ଟପିଛନ୍ତି ।

ବିରାଟ ୯୦ଟି ଟି-ଟ୍ୱେଣ୍ଟି ଅନ୍ତର୍ଜାତୀୟ ମ୍ୟାଚରେ ୩,୧୫୯ ରନ୍ କରିଛନ୍ତି । କ୍ୟାପଟେନ୍ ଭାବେ କୋହଲି ୪୫ଟି ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟି ଖେଳିଥିବା ବେଳେ ୧୫୦୨ ରନ୍ କରିଛନ୍ତି । ଏହି ମାମଲାରେ କୋହଲି ଅଷ୍ଟ୍ରେଲିଆ ଅଧିନାୟକ ଏରାନ୍ ଫିଞ୍ଚଙ୍କୁ ପଛରେ ପକାଇଛନ୍ତି । ଫିଞ୍ଚ ଅଧିନାୟକ ଭାବେ ୪୪ ମ୍ୟାଚରେ ୧୪୬୨ ରନ୍ କରିଛନ୍ତି ।

Leave A Reply

Your email address will not be published.