Latest Odisha News

BREAKING NEWS

ଦେଶରେ ପୁଣି ୩ଲକ୍ଷ ଟପିଲା କରୋନା ଆକ୍ଟିଭ୍ କେସ୍, ୨୪ ଘଣ୍ଟା ପାଖାପାଖି ୪୪ହଜାର ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ ମାଡୁଛି କରୋନା କାୟା । ସଂକ୍ରମିତଙ୍କ ସଂଖ୍ୟା ପ୍ରତିଦିନ ବଢ଼ି ଚାଲିଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୪୩ହଜାର ୮୪୬ ନୂଆ ଆକ୍ରାନ୍ତ । ଏହି ସମୟରେ ମହାମାରୀ ନେଇଛି ଆଉ ୧୯୭ ଜୀବନ । ଦେଶରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧କୋଟି ୧୫ ଲକ୍ଷ ୯୯ହଜାର ୧୩୦କୁ ବୃଦ୍ଧି ପାଇଛି । କରୋନାରେ ମୃତ୍ୟୁବରଣ କରିଛନ୍ତି ୧ଲକ୍ଷ ୫୯ହଜାର ୭୫୫ ଆକ୍ରାନ୍ତ ।
ମହାରାଷ୍ଟ୍ରରେ କରୋନା କାୟା ବିସ୍ତାର କରୁଛି । ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛନ୍ତି ୨୭ହଜାର ୧୨୬ ସଂକ୍ରମିତ । ସେହିପରି ପଞ୍ଜାବରେ ୨ହଜାର ୫୭୬, ମଧ୍ୟପ୍ରଦେଶରେ ୧ହଜାର ୩୦୮, ଗୁଜରାଟରେ ୧ହଜାର ୫୬୫, ଛତିଶଗଡ଼ରେ ୧ହଜାର ୨୭୩, ତାମିଲନାଡୁରେ ୧ହଜାର ୨୪୩, କର୍ଣ୍ଣାଟକରେ ୧ହଜାର ୭୯୮, କେରଳରେ ୨ହଜାର ୭୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଗତ ୨୪ ଘଣ୍ଟାରେ କରୋନାରୁ ସୁସ୍ଥ ହୋଇଛନ୍ତି ୨୨ହଜାର ୯୫୬ ଆକ୍ରାନ୍ତ । ବର୍ତ୍ତମାନ ସୁଦ୍ଧା ଆରୋଗ୍ୟ ଲାଭ କରିଛନ୍ତି ୧କୋଟି ୧୧ ଲକ୍ଷ ୩୦ହଜାର ୨୮୮ ସଂକ୍ରମିତ । ଏବେ ଦେଶରେ ୩ଲକ୍ଷ ୯ହଜାର ୮୭ଟି କରୋନା ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.