Latest Odisha News

BREAKING NEWS

ଭ୍ୟୁୟର୍ସଶିପ ରେକର୍ଡ ଭାଙ୍ଗିଲା ଭାରତ-ପାକିସ୍ତାନ ମ୍ୟାଚ

ନୂଆଦିଲ୍ଲୀ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ଭାରତ-ପାକିସ୍ତାନ ହାଇ ଭୋଲଟେଜ ମୁକାବିଲା ଭ୍ୟୁୟର୍ସଶିପର ସମସ୍ତ ରେକର୍ଡ ଭଙ୍ଗ କରିଛି । ଡିଜିଟାଲ ପ୍ଲାଟଫର୍ମରେ ଏହି ମ୍ୟାଚକୁ ୧୬.୩ କୋଟି ଲୋକ ଲେଖିଛନ୍ତି । ଟି୨୦ ଫର୍ମାଟରେ ଏତେ ସଂଖ୍ୟକ ଦର୍ଶକ ପୂର୍ବରୁ ମ୍ୟାଚ ଉପଭୋଗ କରି ନ ଥିଲେ । ଫେବୃୟାରୀ ୧୫ରେ କଲମ୍ବୋର ପ୍ରେମାଦାସା ଷ୍ଟାଡିୟମରେ ଏହି ମ୍ୟାଚ ଖେଳା ଯାଇଥିଲା । ଓଭରାଲ ୨୦ ବିଲିୟମ ମିନିଟ ଏହାକୁ ଦେଖାଯାଇଥିଲା ।

୨୦୨୪ ଟି୨୦ ବିଶ୍ୱକପ ଫାଇନାଲ ମ୍ୟାଚ ରେକର୍ଡକୁ ମଧ୍ୟ ଏହା ଭଙ୍ଗ କରିଛି । ଜିୟୋ ହଟଷ୍ଟାରରେ ଏହାର ଡିଜିଟାଲ ପ୍ରସାରଣ କରାଯାଇଥିଲା । ପାକିସ୍ତାନକୁ ଭାରତ ସହଜରେ ପରାସ୍ତ କରିଥିଲା । ଟି୨୦ ବିଶ୍ୱକପରେ ଭାରତ ୮ ଥର ପାକିସ୍ତାନ ବିପକ୍ଷରେ ବିଜୟ ହାସଲ କରିଥିବା ବେଳେ ବିପକ୍ଷ ଦଳ ଗୋଟିଏ ମାତ୍ର ମ୍ୟାଚରେ ବିଜୟୀ ହୋଇଛି । ଭାରତ ସୁପର ଏଇଟରେ ପ୍ରବେଶ କରି ପୂନର୍ବାର ଚାମ୍ପିୟନ ହେବା ଆଶା ସୃଷ୍ଟି କରିଛି । ହଟଷ୍ଟାରର ସ୍ପୋର୍ଟ୍ସ ସେଲ୍ସ ହେଡ ଅନୂପ ଗୋବିନ୍ଦନ ଦର୍ଶକ ଉତ୍ସାହ ଦେଖି ବେଶ ଖୁସୀ ଅଛନ୍ତି । ଆଗକୁ ଅଧିକରୁ ଅଧିକ ଦର୍ଶକ ଏହାକୁ ଉପଭୋଗ କରିବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.