Latest Odisha News

BREAKING NEWS

ଦିନିକିଆ ବିଶ୍ୱକପ କ୍ରିକେଟ: ଭାରତ-ପାକିସ୍ତାନ ମ୍ୟାଚ ୧୪ ଅକ୍ଟୋବରରେ ଖେଳାଯିବ: ରିପୋର୍ଟ

ମୁମ୍ବାଇ: ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ କ୍ରିକେଟରେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ଏଥର ୧୫ ଅକ୍ଟୋବର ବଦଳରେ ୧୪ରେ ମ୍ୟାଚ ଖେଳାଯିବ । ଭେନ୍ୟୁରେ କୌଣସି ପରିବର୍ତନ କରାଯିବ ନାହିଁ । ନବରାତ୍ରୀ ଓ ସୁରକ୍ଷା ବ୍ୟବସ୍ଥାକୁ ଆଖି ଆଗରେ ରଖାଯାଇ ବିସିିସିଆଇ ଓ ଆଇସିସି ଏଥିନେଇ ସହମତି ହୋଇଥିବା ଜଣାପଡିଛି । ତେବେ ଏହାର ବିଧିବଦ୍ଧ ପୃଷ୍ଟି କରାଯାଇ ନାହିଁ । ମିଡିଆ ରିପୋର୍ଟ ଅନୁସାରେ ଅନ୍ୟ କେତେଗୁଡିଏ ମ୍ୟାଚରେ ମଧ୍ୟ ପରିବର୍ତନ କରାଯାଇପାରେ । ପୂର୍ବରୁ ନବରାତ୍ରୀ ଦିନ ମ୍ୟାଚ ଆୟୋଜନ ନେଇ ସୁରକ୍ଷା ଏଜେନ୍ସି ଚିନ୍ତା ବ୍ୟକ୍ତ କରିଥିଲେ ।

ରିପୋର୍ଟ ମୁତାବକ ଟିମ ଇଣ୍ଡିଆର ନୂତନ କାର୍ଯ୍ୟସୂଚୀ- ଭାରତ ବନାମ ଅଷ୍ଟ୍ରେଲିଆ ( ଚେନ୍ନାଇ, ୮ ଅକ୍ଟୋବର), ଭାରତ ବନାମ ଆଫଗାନିସ୍ତାନ( ଦିଲ୍ଲୀ, ୧୧ ଅକ୍ଟୋବର), ଭାରତ ବନାମ ପାକିସ୍ତାନ(ଅହମ୍ମଦାବାଦ, ୧୪ ଅକ୍ଟୋବର), ଭାରତ ବନାମ ବାଂଲାଦେଶ( ପୁଣେ, ୧୯ ଅକ୍ଟୋବର), ଭାରତ ବନାମ ଇଂଲଣ୍ଡ (ଲକ୍ଷ୍ନୌ, ୨୨ ଅକ୍ଟୋବର), ଭାରତ ବନାମ ନେଦରଲାଣ୍ଡସ(ମୁମ୍ବାଇ, ୨ ନଭେମ୍ବର), ଭାରତ ବନାମ ଦକ୍ଷିଣ ଆଫ୍ରିକା(କୋଲକାତା, ୫ ନଭେମ୍ବର) ଓ ଭାରତ ବନାମ ଶ୍ରୀଲଙ୍କା(ବାଙ୍ଗାଲୋର, ୧୧ ନଭେମ୍ବର) ।

Leave A Reply

Your email address will not be published.