Latest Odisha News

BREAKING NEWS

୫ ଲକ୍ଷ ଟଙ୍କା ନେଇ ବସରେ ଯାଉଥିଲେ ପୂର୍ବତନ ଜିଏମ; ଧରିଲା ଭିଜିଲାନ୍ସ

ଭୁବନେଶ୍ୱର: ୫ ଲକ୍ଷ ୫୪ ହଜାର ଟଙ୍କା ସହ ଧରାପଡ଼ିଲେ ଅବସରପ୍ରାପ୍ତ   ସରକାରୀ ଅଧିକାରୀ  । ବସରେ ଭୁବନେଶ୍ୱର ଆସୁଥିବା ବେଳେ ଚନ୍ଦ୍ରଗିରିରେ ଧରିଲା ଭିଜିଲାନ୍ସ । ଏତେ ଟଙ୍କା ନେଇ କୁଆଡେ ଯାଉଥିଲେ  ? ସେ ନେଉ ଖୋଳତାଡ ଚଲାଇି ଭିଜିଲାନ୍ସ ।

ଆର୍‌. ଉଦୟଗିରି TDCCOL(Tribal Development Cooperative Corporation)ର ପୂର୍ବତନ ଜିଏମ୍‌ ରୋହିତ ପରିଡ଼ା ରବିବାର ବସ୍‌ରେ ଭୁବନେଶ୍ୱର ଆସୁଥିବା ବେଳେ ଚନ୍ଦ୍ରଗିରି ନିକଟରେ  ଭିଜିଲାନ୍ସ ତାଙ୍କୁ ଧରିଛି । ତାଙ୍କ ପାଖରୁ ୫ ଲକ୍ଷ ୫୪ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ । ଏତେ ଟଙ୍କା ସେ କେଉଁଠୁ ଆଣିଲେ ? କୁଆଡେ ନେଇ ଯାଉଥିଲେ ? ସେ ନେଇ ଭିଜିଲାନ୍ସ ତାଙ୍କୁ ଜେରା କରୁଛି ।  ଏଥସହିତ  ରୋହିତଙ୍କ ଭୁବନେଶ୍ୱର, ପୁରୀ, କେନ୍ଦୁଝର ଘରେ ରେଡ୍‌ କରୁଛି ଭିଜିଲାନ୍ସ  ।

ସୂଚନାଥାଉ କି, ଅବସର ପରେ ଏବେ ଠିକା ଆଧାରରେ  କାର୍ଯ୍ୟରତ ଅଛନ୍ତି ରୋହିତ । ସେ ଏହି ଟଙ୍କା କେଉଁଠୁ ଆଣିଲେ ତାହାର ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିଲେ ।

 

Leave A Reply

Your email address will not be published.