Latest Odisha News

BREAKING NEWS

ଭାରତ-ଦକ୍ଷିଣ ଆଫ୍ରିକା ୨ୟ ଟେଷ୍ଟ, ସିରିଜ୍ ଲକ୍ଷ୍ୟରେ ବିରାଟ ବାହିନୀ

ପୁଣେ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସମୁଦାୟ ୩ଟି ଟେଷ୍ଟ ମ୍ୟାଚ୍ ବିଶିଷ୍ଟ ସିରିଜ ଖେଳାଯିବାକୁ ଥିବାବେଳେ ଗୁରୁବାର ଠାରୁ ୨ୟ ଟେଷ୍ଟ ମ୍ୟାଚ୍ ଆରମ୍ଭ ହେବାକୁ ଯାଉଛି।

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସ୍ଥାନୀୟ ମହାରାଷ୍ଟ୍ର କ୍ରିକେଟ୍ ସଂଘ(ଏମସିଏ) ଷ୍ଟାଡିୟମ ଠାରେ ଏହି ୨ୟ ଟେଷ୍ଟ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି ।

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟସ୍ ଜିତି ଭାରତ ବ୍ୟାଟିଂ ନିଷ୍ପତ୍ତି ନେଇଛି । ଏହାବ୍ୟତିତ ଟିମ୍ ଇଣ୍ଡିଆ ୧୧ ଜଣିଆ ଖେଳାଳି ମଧ୍ୟରେ ସାମାନ୍ୟ ପରିବର୍ତ୍ତନ କରିଛି । ଦଳ ଏହି ମ୍ୟାଚରେ ହନୁମା ବିହାରୀଙ୍କ ବଦଳରେ ଉମେଶ ଯାଦବଙ୍କୁ ଟିମରେ ସାମିଲ କରିଛି ।

ଏହି ମ୍ୟାଚରେ ଓପନିଂ ବ୍ୟାଟ୍ସମ୍ୟାନ ଭାବେ ରୋହିତ ଶର୍ମା ଓ ମୟଙ୍କ ଅଗ୍ରୱାଲ୍ ପାଳି ଆରମ୍ଭ କରିବା ସହ ବିଶାଖାପାଟଣା ସଫଳତା ଦୋହରାଇବା ପାଇଁ ଆପ୍ରାଣ ଉଦ୍ୟମ କରିବେ ।

ଭାରତୀୟ ଦଳ- ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ମୟଙ୍କ ଅଗ୍ରୱାଲ୍, ଚେତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାଣେ, ଉମେଶ ଯାଦବ, ରିଦ୍ଧିମାନ ଶାହ,ରବି ଚନ୍ଦ୍ରନ ଅଶ୍ୱିନୀ, ରବୀନ୍ଦ୍ର ଜାଦେଜା, ମହମ୍ମଦ ସାମି ଓ ଈଶାନ୍ତ ଶର୍ମା।

Leave A Reply

Your email address will not be published.