Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ

ତା ୧୦-୧୦-୨୦୧୯ ଗୁରୁବାର

ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର

ମୋବାଇଲ: 9437225434

ଆଜି ଦିନର ମହତ୍ତ୍ୱ

ଆଜି ହେଉଛି ୨୦୧୯ ମସିହା ଅକ୍ଟୋବର ମାସ ତା୧୦ ତାରିଖ ଗୁରୁବାର କନ୍ୟା ୨୪ଦିନ ଆଶ୍ବିନ ମାସ ଶୁକ୍ଳ ପକ୍ଷ ଦ୍ବାଦଶୀ ତିଥି ଶତଭିଷା ନକ୍ଷତ୍ର କୁମ୍ଭ ଚନ୍ଦ୍ର
ଘାତ ବାର :- ତୁଳା ଓ କୁମ୍ଭ ରାଶିର
ଘାତ ଚନ୍ଦ୍ର :- ମିଥୁନ ଓ ମୀନ ରାଶିର
ନିଷେଧ ଖାଦ୍ୟ:- ପୋଇ

ମେଷ
ଆଜି ଯାହା ଆଶା କରୁଛନ୍ତି ତାହା ନିଶ୍ଚିତ ପାଇବେ । ପ୍ରତ୍ଯେକଟି କାର୍ଯ୍ୟରେ ସାହାଯ୍ୟ ସହଯୋଗ ପାଇବେ । ବନ୍ଧୁ ସାହାଯ୍ୟର ହାତ ବଢାଇବେ । ଆଜି ମନ ବୁଝିଲା ଭଳି କଥା କହି ପରିବାରର ଅବୁଝା ବ୍ୟକ୍ତିଙ୍କୁ ଆପଣେଇ ନେବେ । କର୍ମକ୍ଷେତ୍ରରେ ବହୁ ଲୋକଙ୍କ ମେଳରେ ଅଧିକାଂଶ ସମୟ କଟିବ ।

ବୃଷ
କର୍ମକ୍ଷେତ୍ରରେ ଅଭିଳଷିତ କାମ ହାସଲରେ ସମର୍ଥ ହେବେ । କଳା, ସାହିତ୍ୟ, ସଙ୍ଗୀତ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମରେ ଯୋଯୋଗ ଦେବେ । ଅର୍ଥଗତ ଓ ଭାବଗତ ସମ୍ପର୍କକୁ ଦୃଢୀଭୂତ କରିବେ । କୌଣସି କ୍ଷେତ୍ରରେ ମଧ୍ୟସ୍ଥତା କଲେ ଅପମାନିତ ହୋଇପାରନ୍ତି। ଶିକ୍ଷା କିମ୍ବା ସନ୍ତାନ ହେତୁକ ଦ୍ୱନ୍ଦ୍ୱର ସମ୍ମୁଖୀନ ହୋଇପାରନ୍ତି ।

ମିଥୁନ
ଆର୍ଥିକ ଉନ୍ନତି ସହ ବନ୍ଧୁ ଗହଣରେ ହସଖୁସିର ପରିବେଶ ଭିତରେ ନିଜକୁ ହଜାଇ ଦେବେ। ପାରିବାରିକ କ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ରକରି ଅପରାହ୍ନେ ମତାନ୍ତରରକୁ ଏଡାଇ ଦିଆଯାଇ ନ ପାରେ । ସାହିତ୍ୟ ଓ ସଙ୍ଗୀତ ତଥା ଚଳଚ୍ଚିତ୍ର କ୍ଷେତ୍ରରେ ସୁନାମ ଅର୍ଜନ କରିବେ ।

କର୍କଟ
ଆପଣଙ୍କ କଥାର ମଧୁରତାରେ ନିକଟସ୍ଥ ବ୍ୟକ୍ତିବିଶେଷଙ୍କୁ ପ୍ରଭାବିତ କରିବାରେ ସାହାଯ୍ୟ କରିବ । ସଭାସମିତିର ଆଲୋଚନାରେ ସମ୍ମାନିତ ହେବେ । ପାରିବାରିକ ଜୀବନରେ ସୁଖ ସୌଭାଗ୍ୟ ଅର୍ଜନ କରିବେ । ଯାନବାହନ, କଳା,ସାହିତ୍ୟ, ରଚନାମତ୍କ କାର୍ଯ୍ୟରେ ସଫଳତା ହାସଲ କରିବେ ।

ସିଂହ
ଦୂରଯାତ୍ରା, ବ୍ୟୟବୃଦ୍ଧି, ଶତ୍ରୁତାଜନିତ କାର୍ଯ୍ୟହାନୀ ମନକୁ ଭାରାକ୍ରାନ୍ତ କରାଇବ । ବିବାଦରେ ବିଜୟ, ପ୍ରତିଯୋଗିତାରେ ସଫଳତା ପାଇଲେ ମଧ୍ୟ ସାମୟିକ ବିଭିନ୍ନ ପ୍ରକାରର ଅସ୍ବାଭାବିକ ପରିସ୍ଥିତିକୁ ସାମ୍ନା କରି ମନ ଭାରାକ୍ରାନ୍ତ ହେବ ।

କନ୍ୟା
ପ୍ରତେକ କାର୍ଯ୍ୟ ସ୍ଥଗିତ ରହିବା ସହ ଉଚ୍ଚ ପଦସ୍ଥବ୍ୟକ୍ତିଙ୍କ ସହିତ ବିରୋଧଭାବ ସୃଷ୍ଟି କରିବ । ରାଜନୀତିରେ ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ । ବ୍ୟବସାୟ, ପରିବହନ ଓ ବାଣିଜ୍ୟରେ ଉନ୍ନତି ଘଟିବ । କୌଣସି ପରିସ୍ଥିତି ମଧ୍ୟରେ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ଭଲ ହେବ।

ତୁଳା
ଆଜିର ଦିନଟି ଆପଣଙ୍କ ପାଇଁ ବହୁତ ଭଲ ସବୁ ସୁବିଧା ଥାଇ ମଧ୍ୟ ସାମାଜିକ ସ୍ତରରେ ନିଜକୁ ଆଗରେ ରଖି ପାରିବେ ନାହିଁ । ଘର ଯାନ ବାହନ କିଣିବାର ସମ୍ଭାବନା ଅଛି । ସନ୍ତାନ ସନ୍ତତିମାନେ ସଫଳତା ପାଇବେ ।

ବିଛା
ନିଜ ବାସସ୍ଥାନ ନିକଟରେ ରହୁଥିବା ପାଖ ଲୋକଟି ଆପଣା ସ୍ବାର୍ଥ ରକ୍ଷା କରିବାକୁ ଆପଣଙ୍କୁ ମିଛ କଥା କହିପାରେ। ତଥାପି କର୍ମକ୍ଷେତ୍ର ଓ ପାରିବାରିକ ସ୍ଥିତି କେତେକାଂଶରେ ଭଲ ଦିଗକୁ ଗତି କରିବ । ଅଫିସ କାମରେ ସହକର୍ମୀମାନଙ୍କ ସହ ଭୁଲ୍‌ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି ।

ଧନୁ
ପାରିବାରିକ ଶାନ୍ତି ଭଙ୍ଗ ହେବାରୁ ମନ ଭାରାକ୍ରାନ୍ତ ହେବ । ସାମାଜିକ ଜୀବନରେ ଅଶାନ୍ତିର ବାତାବରଣ ମଧ୍ୟରେ କଟିବ । ବ୍ୟବସାୟରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ ।

ମକର
ଦୂର ଯାତ୍ରା କରିବା ସମୟରେ ସତର୍କ ରୁହନ୍ତୁ ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ମଧ୍ୟରେ ରହିବ ଏବଂ ଚେଷ୍ଟା କରୁଥିବା କାମରେ ପ୍ରତିବନ୍ଧକ ହଟିଯାଇପାରେ। ଅତି ଭଲ ସମ୍ପର୍କ ଥିବା ଲୋକ ଜରିଆରେ କୌଣସି ଅଭିଳଷିତ ଦ୍ରବ୍ୟ ପାଇବେ ।

କୁମ୍ଭ
କର୍ମକ୍ଷେତ୍ରରେ ଶତ୍ରୁତା କାରଣରୁ ଅଶାନ୍ତ ବାତାବରଣ ସୃଷ୍ଟି ହୋଇପାରେ । ଭଲ ସମ୍ପର୍କ ନ ଥିବା ବ୍ୟକ୍ତିମାନଙ୍କ ପ୍ରରୋଚନାରେ ନିଜର ଜଣେ ଆତ୍ମୀୟ କିଛି ସମସ୍ୟା ସୃଷ୍ଟିରେ ସାହାଯ୍ୟକାରୀ ସାଜି ପାରନ୍ତି । ଧାର କରଜ କରିବାକୁ ବାଧ୍ୟ ହେବେ । ଶିଳ୍ପ,ବାଣିଜ୍ୟ, ପ୍ରଶାସନ, ଆଇନ ଅଦାଲତ କ୍ଷେତ୍ରରେ ସଫଳତା ହାସଲ କରିବେ ।

ମୀନ
ବନ୍ଧୁଙ୍କ ପ୍ରେରଣାରେ ଉପକୃତ ହେବେ । ନୂତନ ଗାଡି, ମୋଟର, ଯାନ୍ତ୍ରିକ ଜିନିଷ କିଣିବା ସକାଶେ ମାନସିକ ସ୍ତରରେ ପ୍ରସ୍ତୁତ ହେବାର ସୂଚନା ରହିଛି । କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବାକୁ ପଡିପାରେ। ଅର୍ଥ, ପ୍ରକାଶନ ଓ ପ୍ରଶାସନିକ ସ୍ତରରେ ସୁନାମ ଅର୍ଜନ କରିବେ
ପାଣି ଢାଳନ୍ତୁ ।

Leave A Reply

Your email address will not be published.