ଅଣ୍ଡର ୧୭ ମହିଳା ବିଶ୍ବକପ୍ ଫୁଟବଲ: ଆମେରିକା ୮-୦ ଗୋଲରେ ଭାରତକୁ ହରାଇଲା
ଫିପା ବିଶ୍ୱକପ୍ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର: ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି ଅଣ୍ଡର ୧୭ ମହିଳା ବିଶ୍ବକପ୍ ଫୁଟବଲ । ଏହି ଅବସରରେ ଫିପା ବିଶ୍ୱକପ୍ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜିଜୁ ମଧ୍ୟ ଉପସ୍ଥିତ ଥିଲେ ।
✅️ଫିଫା ୧୭ ବର୍ଷରୁ କମ୍ ମହିଳା ଫୁଟବଲ ବିଶ୍ବକପର ଉଦଘାଟନୀ ସମାରୋହରେ ଯୋଗ ଦେଲେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର
✅️ସମାରୋହରେ ଉପସ୍ଥିତ ରହିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କିରେନ ରିଜିଜୁhttps://t.co/ohWCify0yO pic.twitter.com/GRVEZ2zUVj
— PIB in Odisha (@PIBBhubaneswar) October 11, 2022
ତେବେ ଭାରତ ଓ ଆମେରିକା ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଆମେରିକାର ବୃହତ ବିଜୟ ହାସଲ କରିଛି । ଆମେରିକା ଲଗାତାର ଗୋଲ ଦେଇ ଚାଲିଥିବା ବେଳେ ଭାରତୀୟ ଖେଳାଳି ଗୋଟେ ବି ଗୋଲ ସ୍କୋର କରିପାରିନଥିଲେ ।
𝗙𝗨𝗟𝗟 𝗧𝗜𝗠𝗘 🚨@USWNT showed absolutely dominance in their first outing of the FIFA U17 Women's World Cup India 2022 against the hosts.
Come back stronger 💪🏻
FT: IND 🇮🇳 0 – 8 🇺🇲 USA#INDvsUSA #KickOffTheDream #U17WWC #OdishaForFootball pic.twitter.com/Vzzf3sgkZN
— Odisha Sports (@sports_odisha) October 11, 2022
ଆଜି ରାତି ଆଠଟାରେ ଭାରତ – ଆମେରିକା ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଭାରତ ପରାସ୍ତ ହୋଇଛି । ଫୁଲ ଟାଇମ ଖେଳ ସୁଦ୍ଧା ଭାରତକୁ ଆଠଟି ଗୋଲ ଦେଇଛି ଆମେରିକା । ଆମେରିକାର ଘନ ଘନ ଆକ୍ରମଣକୁ ରୋକିବାରେ ଅସଫଳ ହୋଇଥିଲେ ଭାରତୀୟ ଖେଳାଳି । ରକ୍ଷଣଭାଗକୁ ଭେଦ କରି ଆମେରିକା ଖେଳାଳି ଭାରତକୁ ଗୋଟିଏ ପରେ ଗୋଲ ଦେଇ ଶେଷରେ ୮-୦ରେ ବୃହତ ବିଜୟ ହାସଲ କରିଥିଲେ ।
FULL TIME! Tonight's action in Bhubaneswar draws to a close.
FT Score: 🇮🇳 0-8 🇺🇸#INDUSA ⚔️ #U17WWC 🏆 #BackTheBlue 💙 #ShePower 👧 #IndianFootball ⚽️ pic.twitter.com/Q4JFwpTwEK
— Indian Football Team (@IndianFootball) October 11, 2022
The @USYNT are off the mark in the #U17WWC! 👏🇺🇸#KickOffTheDream pic.twitter.com/JBm8pOHwGB
— FIFA Women's World Cup (@FIFAWWC) October 11, 2022
ସେପଟେ ଅପରାହ୍ନରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ମରୋକ୍କୋକୁ ହରାଇ ବ୍ରାଜିଲ ବିଜୟୀ ହୋଇଛି । ୧-୦ ଗୋଲରେ ମରୋକ୍କୋକୁ ପରାସ୍ତ କରିଛି ବ୍ରାଜିଲ । ମ୍ୟାଚ ଆରମ୍ଭରୁ ବ୍ରାଜିଲ୍ ଆଟାକିଂ ଗେମ୍ ଖେଳି ମ୍ୟାଚର ୫ ମିନିଟରେ ଗୋଲ ସ୍କୋର କରିଥିଲା ।
ତେବେ ମରୋକ୍କୋ ଟିମ୍ ଭଲ ଖେଳିଥିଲେ ମଧ୍ୟ ଗୋଲ ସ୍କୋର କରିବାରେ ସକ୍ଷମ ହୋଇନଥିଲା । ଗୋଆରେ ଚାଲିଥିବା ଅନ୍ୟ ଏକ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ହରାଇ ଚିଲି ବିଜୟ ହାସଲ କରିଛି ।
Comments are closed.