Latest Odisha News

BREAKING NEWS

ଗାଙ୍ଗୁଲି ମନା କରିବା ପରେ ଅରୁଣ ଧୂମାଲ ହୋଇପାରନ୍ତି ଆଇପିଏଲ ଚେୟାରମ୍ୟାନ

ମୁମ୍ବାଇ: ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଆଇପିଏଲ ଚେୟାରମ୍ୟାନ ହେବାକୁ ମନା କରିବା ପରେ ଏବେ କୋଷାଧ୍ୟକ ଅରୁଣ ଧୂମାଲଙ୍କୁ ଏହି ଦାୟିତ୍ୱ ମିଳିପାରେ । ନଭେମ୍ବରରେ ଆଇପିଏଲ ଅଧ୍ୟକ୍ଷ ବ୍ରିଜେଶ ପଟେଲ ୭୦ ବର୍ଷରେ ପଦାର୍ପଣ କରିବେ । ଏଥିସହ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଥିବାରୁ ନୂଆ ଚେୟାରମ୍ୟାନ ଭାବେ ଧୂମାଲଙ୍କ ନାମ ରାଜୀବ ଶୁକ୍ଲା ସୁପାରିଶ କରିଛନ୍ତି । ଯଦି ଏହା ହୁଏ ତାହାହେଲେ ବିସିସିଆଇ କୋଷାଧ୍ୟକ୍ଷ ପଦ ଆଶୀଷ ଶେଲାରଙ୍କୂ ମିଳିପାରେ । ଅନ୍ୟ ପଟେ ଗାଙ୍ଗୁଲି ବିସିସିଆଇ ସଭାପତି ଛାଡିଲେ ରୋଜର ବିନ୍ନୀ ଏହି ଦୌଡରେ ଆଗରେ ରହିଛନ୍ତି ।

ସେହିପରି ଜୟ ଶାହ ସେକ୍ରେଟାରୀ, ରାଜୀବ ଶୁକ୍ଳା ଉପ ସଭାପତି, କୋଷାଧ୍ୟକ୍ଷ ଆଶୀଷ ଶେଲାର, ଯୁଗ୍ମ ସମ୍ପାଦକ ଦେବଜିତ ସାଇକିଆ ହେବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ଅକ୍ଟୋବର ୧୮ରେ ଚୂଡାନ୍ତ ଫଳାଫଳ ଜଣାପଡିବ ।

Leave A Reply

Your email address will not be published.