Latest Odisha News

BREAKING NEWS

ଆଜି ଭାରତ-ୱେଷ୍ଟଇଣ୍ଡିଜ ଟି-୨୦ ଟକ୍କର, ସିରିଜ ମୂଳପୋଛ ଲକ୍ଷ୍ୟରେ ଭାରତ

ଚେନ୍ନାଇ : ଆଜି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଶେଷ ଟି-୨୦ ମ୍ୟାଚ ଖେଳାଯିବ । ଏମଏ ଚିନ୍ଦାବରମ୍ ଷ୍ଟାଡିୟମରେ ଏହି ୩ୟ ତଥା ଶେଷ ମ୍ୟାଚ ଅନୁଷ୍ଠିତ ହେବ । ମ୍ୟାଚରେ ଭାରତୀୟ ଖେଳାଳୀ ମାନେ ନିଜର ଶକ୍ତି ପ୍ରଦର୍ଶନ କରିବା ସହ ସିରିଜ ମୂଳପୋଛ କରିବା ଲକ୍ଷ୍ୟନେଇ ମଇଦାନକୁ ଓହ୍ଲାଇବ ।

ଅନ୍ୟପକ୍ଷରେ ୨-୦ରେ ଲିଡ୍ କରୁଥିବା ଭାରତୀୟ ଦଳରେ କ୍ୟାପଟେନ୍ ବିାରଟ କୋହଲି ଓ ମହେନ୍ଦ୍ର ସିଂହ ଧୋନୀଙ୍କ ଅନୁପସ୍ଥିତି କିଛିଟା ପ୍ରଭାବ ପକାଇ ପାରେ । ଆହୁରି ମଧ୍ୟ ଏହି ଅନ୍ତିମ ମ୍ୟାଚରୁ ଯଶପ୍ରିତ ବୁମରା, ଉମେଶ ଯାଦବ ଓ କୁଲଦୀପ୍ ଯାଦବଙ୍କୁ ବିଶ୍ରାମ ଦିଆଯାଇଥିବାରୁ ଏହି ମୁକାବିଲା ଜିତିବା ପାଇଁ ଦଳକୁ କଠିନ୍ ପରିଶ୍ରମ କରିବାକୁ ପଡିବ ।

ଆଜି ଖେଳାଯିବାକୁ ଥିବା ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ ମଧ୍ୟ ଜବରଦସ୍ତ ପ୍ରଦର୍ଶନ କରି ଭାରତକୁ କଡା ଟକ୍କର ଦେବାକୁ ମଧ୍ୟ ଚେଷ୍ଟା କରିବ । ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବାକୁ ଥିବା ଏହି ମ୍ୟାଚ ବେଶ ରୋମାଞ୍ଚକର ହେବା ନେଇ ଆଶା କରାଯାଉଛି ।

ଟିମ୍ ଇଣ୍ଡିଆ : ରୋହିତ ଶର୍ମା (ଅଧିନାୟକ), ଶିଖର ଧାୱନ୍, ଲୋକେଶ ରାହୁଲ୍, ମନୀଷ ପାଣ୍ଡେ, ଋଷଭ ପନ୍ତ୍, ଦୀନେଶ କାର୍ତିକ (ୱିକେଟ୍ରକ୍ଷକ), କ୍ରୁନାଲ ପାଣ୍ଡ୍ୟା, ୟୁଜ୍ବେନ୍ଦ୍ର ଚହଲ୍, ଭୁବନେଶ୍ବର କୁମାର, ୱାସିଂଟନ୍ ସୁନ୍ଦର ଓ ଖଲିଲ ଅହମ୍ମଦ।

Leave A Reply

Your email address will not be published.