Latest Odisha News

BREAKING NEWS

‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ’ ଲାଗି କଡ୍ଡା ନିରାପତ୍ତା ବ୍ୟବସ୍ଥା

ଭୁବନେଶ୍ୱର: ରାଜଧାନୀର ଜନତା ମଇଦାନଠାରେ ରବିବାରଠାରୁ ଆରମ୍ଭ ହେଉଥିବା ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ’ ଲାଗି କମିଶନରେଟ୍ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ଗଣମାଧ୍ୟମକୁ ସୂଚନାଦେଇ ପୋଲିସ କମିଶନର୍ ସତ୍ୟଜିତ୍ ମହାନ୍ତି କହିଛନ୍ତି, ଏହି ଇଭେଣ୍ଟ କିପରି ସୂଚାରୁରୂପେ ସେଥିଲାଗି ଆତଙ୍କବାଦୀ ନିରୋଧ ସ୍କ୍ୱାଡ୍ ମଧ୍ୟ ଆୟୋଜନସ୍ଥଳରେ ମୁତୟନ ହୋଇଛନ୍ତି । ଏହାଛଡ଼ା କନକ୍ଲେଭ ହେଉଥିବା ସ୍ଥାନରେ ୧୨ ପ୍ଲାଟୁନ ପୋଲିସ ମୁତୟନ ହୋଇଛନ୍ତି । ସମସ୍ତ ନିରାପତ୍ତା ବ୍ୟବସ୍ଥା ତଦାରଖ କରିବାକୁ ୪୦ଜଣ ଦକ୍ଷ ପୋଲିସ ଅଧିକାରୀ ଦାୟିତ୍ୱ ନେଇଛନ୍ତି । ଏହାଛଡ଼ା, ଏହି କନକ୍ଲେଭରେ ଯୋଗଦେଉଥିବା ସମସ୍ତ ଭିଆଇପି ତଥା ଅତିଥିମାନଙ୍କ ଲାଗି ଜେଡ୍ ସ୍ତରର ସୁରକ୍ଷା ବ୍ୟବସ୍ଥା କରାଯାଇଛି, ବୋଲି ପୋଲିସ କମିଶନର କହିଛନ୍ତି ।

ଏହାବ୍ୟତୀତ ପୋଲିସ କମିଶନର୍ ସତ୍ୟଜିତ ମହାନ୍ତି ଏହି କନକ୍ଲେଭ ଲାଗି ସହର ମଧ୍ୟରେ ଟ୍ରାଫିକ୍ ସୁରକ୍ଷା ଲାଗି ନିଆଯାଇଥିବା ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ସୂଚନା ଦେଇଛନ୍ତି । “ସୁରକ୍ଷିତ ଟ୍ରାଫିକ ଲାଗି ସୁବ୍ୟବସ୍ଥାର ଆୟୋଜନ ହୋଇଛି । ଭିଆଇପିଙ୍କ ଲାଗି ଭେନ୍ୟୁସ୍ଥଳ ନିକଟକୁ ଲାଗି ଗାଡ଼ି ପାର୍କିଂ ବ୍ୟବସ୍ଥା କରାଯାଇଛି । ଏହି କନକ୍ଲେଭକୁ ଯିବା ପ୍ରବେଶ କରିବାକୁ ଆମେ ଏଣ୍ଟ୍ରିପାଶ୍ ବ୍ୟବସ୍ଥା ମଧ୍ୟ କରିଛୁ,” ବୋଲି କହିଛନ୍ତି ପୋଲିସ କମିଶନର୍ ।

Leave A Reply

Your email address will not be published.