Latest Odisha News

BREAKING NEWS

ଋଷଭ ପନ୍ତଙ୍କ ଆଣ୍ଠୁ ଅସ୍ତ୍ରୋପଚାର ସଫଳ; ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା

ମୁମ୍ବାଇ: ଟିମ୍‌ ଇଣ୍ଡିଆର ୱିକେଟ କିପର ବ୍ୟାଟର ଋଷଭ ପନ୍ତଙ୍କର ଆଣ୍ଠୁ ଅସ୍ତ୍ରୋପଚାର ସଫଳ ହୋଇଛି। ଗତକାଲି ଅପରାହ୍ନରେ ମୁମ୍ବାଇ କୋଲିଲାବେନ ହସ୍‌ପିଟାଲ୍‌ରେ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା। ଡାକ୍ତର ଦିନଶ ପାର୍ଡିୱାଲା ଓ ୬ ଜଣିଆ ଟିମ୍ ଋଷବ ପନ୍ତଙ୍କ ଡାହାଣ ଗୋଡ଼ରେ ଲିଗାମେଣ୍ଟ ସର୍ଜିରି କରିଥିଲେ। ପନ୍ତଙ୍କୁ ବର୍ତ୍ତମାନ ୩-୪ ଦିନ ପାଇଁ ନିରକ୍ଷଣରେ ରଖାଯାଇଛି ବୋଲି ସୂଚନା ମିଳିଛି।

ଡିସେମ୍ବର ୩୦ ତାରିଖ ଦିନ ନିଜେ କାର୍ ଚଳାଇ ଦିଲ୍ଲୀରୁ ଘରକୁ ଫେରୁଥିବା ବେଳେ ରୁଡ଼କୀ ଠାରେ ତାଙ୍କର ଦୁର୍ଘଟଣା ହୋଇଥିଲା। ଆଖି ଲାଗିଯିବାରୁ ତାଙ୍କର ମର୍ସିଜିଡ୍ କାର୍ ଡିଭାଇଡର ପିଟି ହୋଇ କାର୍‌ ଟି ଜଳିଯାଇଥିଲା। ସ୍ଥାନୀୟ ଲୋକଙ୍କ ସହଯୋଗରେ ପନ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ତେବେ ଏହି ଦୁର୍ଘଟଣାରେ ତାଙ୍କର ଡାହାଣ ଗୋଡ଼ର ଲିଗାମେଣ୍ଟ ଛିଡ଼ିବା ସହ କପାଳ ଓ ପିଠିରେ ଗଭୀର ଆଘାତ ଲାଗିଥିଲା। ଦୁର୍ଘଟଣା ପରେ ଡେରାଡୁନର ଏକ ଘରୋଇ ହସପିଟାଲ୍‌ରେ ଚିକିତ୍ସିତ ହେଉଥିବା ପନ୍ତଙ୍କୁ ଏୟାର ଲିଫ୍ଟ ଯୋଗେ ମୁମ୍ବାଇ ଆଣି କୋକିଲାବେନ୍ ହସ୍‌ପିଟାଲ୍‌ରେ ଭର୍ତ୍ତି କରିଥିଲା ବିସିସିଆଇ। ବର୍ତ୍ତମାନ ତାଙ୍କର ସର୍ଜରି ସରିଛି। ପନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ମଧ୍ୟ ସ୍ଥିର ରହିଛି ବୋଲି ସୂଚନା ମିଳିଛି।

Leave A Reply

Your email address will not be published.