Latest Odisha News

ଆଉ ଦିନକ ପରେ ଭାରତ – ନ୍ୟୁଜିଲ୍ୟାଣ୍ଡ ଟି-20 ସିରିଜ୍

ୱେଲିଙ୍ଗଟନ:  ଆଉ ଦିନକ ପରେ  ୧୮ ତାରିଖରୁ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ପ୍ରଥମ  ଟି-୨୦ ମ୍ୟାଚ୍ ।  ଟି-20 ବିଶ୍ବକପରେ ନିଉଜିଲ୍ୟାଣ୍ଡ ପାକିସ୍ତାନଠାରୁ ହାରିଥିବା ବେଳେ ଭାରତ ଇଂଲଣ୍ଡଠାରୁ ହାରିଥିଲା । ଏବେ ଦୁଇ ସେମିଫାଇନାଲ ଦଳ ପୁଣି ମୁହାଁମୁହିଁ ହେବେ । ତିନିଟି ଟି-20 ପରେ ତିନୋଟି ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ ।

ନିଉଜିଲ୍ୟାଣ୍ଡ ଦଳରେ  ଟିମ ସାଉଦି, ମ୍ୟାଟ ହେନରୀ, ଲକି ଫର୍ଗୁସନ, ବ୍ଲଏୟାର ଟିକନେର ଓ ଆଡାମ ମିଲନେଙ୍କ ଉପରେ ଦ୍ରୁତ ବୋଲିଂର ଦାୟିତ୍ୱ ରହିଛି। ନ୍ୟୁଜିଲ୍ୟାଣ୍ଡ ଟି -20 ଦଳ: କେନ୍ ୱିଲିୟମସନ (ଅଧିନାୟକ), ଫିନ୍ ଆଲେନ୍, ମାଇକେଲ୍ ବ୍ରେସୱେଲ, ଡିଭନ୍ କନୱେ, ଲକି ଫର୍ଗୁସନ୍, ଡାରିଲ୍ ମିଚେଲ, ଆଡାମ ମିଲନେ, ଜିମି ନିଶାମ, ଗ୍ଲେନ ଫିଲିପ୍ସ, ମିଚେଲ ସାଣ୍ଟନର୍, ଇଶ୍ ସୋଡି, ଟିମ୍ ସାଉଥୀ, ବ୍ଲେୟାର ଟିକନର୍।

ହାର୍ଦ୍ଦିକ ପାଣ୍ଡ୍ୟା ଭାରତୀୟ ଦଳର ନେତୃତ୍ବ ନେବେ ।

 

Comments are closed.