Latest Odisha News

ଏଲଏସିରେ ଚୀନକୁ ଭାରତ ଦେବ ମୁହଁ ତୋଡ ଜବାବ

ନୂଆଦିଲ୍ଲୀ:  ପୂର୍ବ ଲଦାଖ ସୀମାରେ ଚୀନକୁ ଟକ୍କର ଦେବାକୁ ଭାରତ ଏବେ ନୂଆ ରଣନୀତି ପ୍ରସ୍ତୁତ କରିଛି ।  ବର୍ତ୍ତମାନ ପର୍ଯ୍ୟନ୍ତ ଏଲଏସି ଉପରେ ଚୀନ୍ ସେନା ଦ୍ୱାରା ନିର୍ମାଣ କାର୍ଯ୍ୟ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହାକୁ ନେଇ ଦେଶରେ ମଧ୍ୟ ଆଲୋଚନା ହେଉଥିଲା । ଏବେ ଭାରତୀୟ ସେନା ମଧ୍ୟ ସୀମାର ପାର୍ଶ୍ୱରେ ନିର୍ମାଣ କାର୍ଯ୍ୟ କରିଛି। ପ୍ରଥମ ଥର ପାଇଁ ଏଠାରେ କିଛି ବେସ୍ ତିଆରି କରୁଛି ସେନା ।

BjdElectrycity

ଯେଉଁଠାରେ ୪୫୦ ଟ୍ୟାଙ୍କ ରଖାଯାଇପାରିବ ।  ଏହା ବ୍ୟତୀତ ୨୨,୦୦୦ ସୈନିକ ରହିପାରିବେ ।  ଏହି ନିର୍ମାଣ କାର‌୍ୟ୍ୟ ଚୀନ୍ ସୀମା ନିକଟ ପୂର୍ବ ଲଦାଖ ସେକ୍ଟରରେ କରାଯାଉଛି । ଗତ ଦୁଇ ବର୍ଷ ମଧ୍ୟରେ ୨୨,୦୦୦ ସୈନ୍ୟଙ୍କ ରହିବା କାମ ଶେଷ ହେବ ।  ବନ୍ଧୁକ ନିର୍ମାଣ ପାଇଁ ସ୍ଥାନ ଏବଂ ବୈଷୟିକ ସଂରକ୍ଷଣ ସ୍ଥାନ ନିର୍ମାଣ ହେବ ।  ଭିତ୍ତିଭୂମି ନିର୍ମାଣ କାର‌୍ୟ୍ୟ ଉପରେ ମଧ୍ୟ ଫୋକସ୍ ଦେଉଛି ସେନା ।
ଚୀନ୍ ସୀମାରେ ଥିବା ସୀମା ସଡକ ସଂଗଠନ ଦ୍ୱାରା କରାଯାଉଥିବା ଭିତ୍ତିଭୂମି ବିକାଶକୁ ଆଲୋକିତ କରି ପ୍ରତିରକ୍ଷା ସୂତ୍ରରୁ ପ୍ରକାଶ ଯେ ବର୍ତ୍ତମାନ ନଅଟି ଟନେଲ୍ ଯେଉଁଥିରେ ୨.୫୩୫ କିଲୋମିଟର ଲମ୍ବା ସେଲା ଟନେଲ୍ ଅନ୍ତର୍ଭୂକ୍ତ ହୋଇଛି, ଯାହା ସର୍ବୋଚ୍ଚ ଦ୍ୱି-ଲେନ୍ ଟନେଲ୍ ହେବ।

Leave A Reply

Your email address will not be published.