Latest Odisha News

BREAKING NEWS

ତିନି ଦଶନ୍ଧି ପରେ ଭାରତରେ ଅନୁଷ୍ଠିତ ହେବ ମିସ୍ ୱାର୍ଲ୍ଡ ୨୦୨୩ ପ୍ରତିଯୋଗିତା

ନୂଆଦିଲ୍ଲୀ: ଦୀର୍ଘ ବର୍ଷ ପରେ ଭାରତରେ ଅନୁଷ୍ଠିତ ହେବ ମିସ୍ ୱାର୍ଲ୍ଡ ୨୦୨୩ ପ୍ରତିଯୋଗିତା। ୨୭ ବର୍ଷ ପରେ ପୁଣି ଥରେ ମିସ୍ ୱାର୍ଲ୍ଡ ୨୦୨୩ ଫାଇନାଲ୍ ଆୟୋଜନ କରିବାକୁ ଭାରତ ପ୍ରସ୍ତୁତ। ୧୯୯୬ ରେ ଏହି କାର୍ଯ୍ୟକ୍ରମ ଶେଷ ଥର ପାଇଁ ଆୟୋଜିତ ହୋଇଥିଲା। ନଭେମ୍ବର-ଡିସେମ୍ବର ମଧ୍ୟରେ ଏହି ସୌନ୍ଦର୍ଯ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ଆଶା କରାଯାଉଛି। ଏହାର ଅଫିସିଆଲ୍ ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ।

ମିସ୍ ୱାର୍ଲ୍ଡ ଅର୍ଗାନାଇଜେସନ୍ ଚେୟାରମ୍ୟାନ୍ ତଥା ସିଇଓ ଜୁଲିଆ ମୋର୍ଲେ ଏକ ବିବୃତ୍ତିରେ କହିଛନ୍ତି ଯେ ‘୧୩୦ ରୁ ଅଧିକ ଦେଶର ପ୍ରତିଯୋଗୀମାନେ ଭାରତରେ ଏକତ୍ରିତ ହୋଇ ନିଜର ଅନନ୍ୟ ପ୍ରତିଭା, ବୁଦ୍ଧି ଏବଂ କରୁଣା ପ୍ରଦର୍ଶନ କରିବେ। ମୁଁ ୭୧ତମ ମିସ୍ ୱାର୍ଲ୍ଡ ଫାଇନାଲର ନୂଆ ସ୍ଥାନ ଭାବରେ ଭାରତକୁ ଘୋଷଣା କରି ଖୁସି ଅଟେ। ଏହି ପ୍ରତିଯୋଗିତାରେ ବିଭିନ୍ନ ରାଉଣ୍ଡ ମଧ୍ୟ ରହିବ, ଯାହା ପ୍ରାୟ ଏକ ମାସ ପର୍ଯ୍ୟନ୍ତ ଚାଲିବ।’

ମିସ୍ ୱାର୍ଲ୍ଡ ଅର୍ଗାନାଇଜେସନ୍ ଘୋଷଣା କରିଛି ଯେ ନଭେମ୍ବର-ଡିସେମ୍ବର ୨୦୨୩ ରେ ଅନୁଷ୍ଠିତ ହେବାକୁ ଥିବା ଗ୍ରାଣ୍ଡ୍ ଫାଇନାଲ୍ ହେବା ପୂର୍ବରୁ ଏକ ମାସ ପୂର୍ବରୁ ପ୍ରତିଯୋଗୀମାନଙ୍କର ଏକ ସର୍ଟଲିଷ୍ଟ କରାଯିବ। ଏଥିପାଇଁ ଏକାଧିକ ରାଉଣ୍ଡ ଆୟୋଜନ କରାଯିବ। ମିସ୍ ୱାର୍ଲ୍ଡର ବହୁ ପ୍ରତୀକ୍ଷିତ ୭୧ତମ ସଂସ୍କରଣ ଚଳିତ ବର୍ଷ ନଭେମ୍ବରରେ ହେବ ବୋଲି ଆଶା କରାଯାଉଛି, ଯାହାର ଅନ୍ତିମ ତାରିଖ ଏପର୍ଯ୍ୟନ୍ତ ଜଣାପଡିନାହିଁ।

Comments are closed.