ନୂଆଦିଲ୍ଲୀ: ୨୦୨୩ ଏସିଆ କପ କ୍ରିକେଟ ଖେଳିବା ପାଇଁ ପାକିସ୍ତାନ ଯିବନି ଭାରତ । ମଙ୍ଗଳବାର ବିସିସିଆଇ ସଚିବ ଜୟ ଶାହ ଏହା ସ୍ପଷ୍ଟ କରିଛନ୍ତି । ବର୍ତମାନ ପରିସ୍ଥିତିରେ ପାକିସ୍ତାନ କ୍ରିକେଟ ଖେଳିବା ପାଇଁ ଯିବା ସମ୍ଭବପର ନୁହେଁ । ମଙ୍ଗଳବାର ବିସିସିଆଇ ବୈଠକରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଥିଲା । ନିରପେକ୍ଷ ସ୍ଥାନରେ ଏସିଆ କପ ଆୟୋଜନ କରିବା ପାଇଁ ଉଦ୍ୟମ କରାଯିବ ବୋଲି ଶାହ କହିଛନ୍ତି । ଭାରତ-ପାକିସ୍ତାନ ମଧ୍ୟରେ ଅଶାନ୍ତି ଲାଗି ରହିଥିବାରୁ ସେଠାକୁ ଯିବା ଉଚିତ ହେବ ନାହିଁ ବୋଲି ସେ କହିଛନ୍ତି ।
ଏହା ଦ୍ୱାରା ପାକିସ୍ତାନ କ୍ରିକେଟ ବିଶେଷ ଭାବେ କ୍ଷତିଗସ୍ତ ହେବ । ଏସିଆ କପ ମାଧ୍ୟମରେ ପିସିିବି ମୋଟା ଅଙ୍କର ଅର୍ଥ ରୋଜଗାର କରିବା ବୋଲି ଆଶା ବାନ୍ଧିଥିଲା । ଭାରତ ନ ଗଲେ ଏହି ଟୁର୍ଣ୍ଣାମେଂଟ ଗୁରୁତ୍ୱହୀନ ହୋଇ ପଡିବ । ଏବେ ଏସିଆକପ କେଉଁଠାରେ ଆୟୋଜନ କରାଯିବ ସେ ନେଇ ଅପେକ୍ଷା କରିବାକୁ ପଡିବ ।
Comments are closed.