ନୂଆଦିଲ୍ଲୀ: ଇସ୍ରାଏଲର ଯୁଦ୍ଧ ଭରା ପରିସ୍ଥିତିରେ ଫସି ରହିଥିବା ଭାରତୀୟଙ୍କ ଉଦ୍ଧାର କରିବା ପାଇଁ କେନ୍ଦ୍ର ସରକାର ଅପରେଶନ ଅଜୟ ଅଭିଯାନ ଆରମ୍ଭ କରିଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ଟୁଇଟ କରି ଏ ସମ୍ପର୍କରେ ଜଣାଇଛନ୍ତି । ଏଥିପାଇଁ ସ୍ୱତନ୍ତ୍ର ଭାବେ ସମସ୍ତ ଉଦ୍ୟମ କରାଯିବ । ବିଦେଶରେ ଥିବା ଆମ ନାଗରିକଙ୍କୁ ସମସ୍ତ ସୁରକ୍ଷା ଯୋଗାଇବା ଆମେ ସମ୍ପୂର୍ଣ୍ଣ ଭାବେ ପ୍ରତିବଦ୍ଧ ବୋଲି ସେ କହିଛନ୍ତି । ସମସ୍ତ ଭାରତୀୟଙ୍କ ଜୀବନ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଛି । ରିପୋର୍ଟ ମୁତାବକ ଇସ୍ରାଏଲରେ ୧୮୦୦୦ରୁ ଊର୍ଦ୍ଧ୍ୱ ଭାରତୀୟ ରହିଛନ୍ତି । ଏଥିରେ ଆଇଟି ଛାତ୍ର, ହୀରା ବ୍ୟାପାରୀ ଓ କାମ କରି ପେଟ ପୋଷୁଥିବା ଲୋକ ରହିଛନ୍ତି ।
ଇତି ମଧ୍ୟରେ ଇସ୍ରାଏଲରେ ଏବେ ସମସ୍ତ ଦଳକୁ ନେଇ ମିଳିତ ସରକାର ଗଠନ କରାଯାଇଛି । ପଡୋଶୀ ଦେଶର ଉଗ୍ରବାଦୀ ସଂଗଠନ ହମାସ ଇସ୍ରାଏଲ ବର୍ଡର ମଧ୍ୟରେ ପ୍ରବେଶ କରି ସାଧାରଣ ଜନତାଙ୍କୁ ଟାର୍ଗେଟ କରିଥିଲା । ଏହାର ଜବାବରେ ଇସ୍ରାଏଲ ଗାଜା ଉପରେ ଘନ ଘନ ଆକ୍ରମଣ ଜାରୀ ରଖିଛି । ବୁଧବାର ମିଳିଥିବା ତଥ୍ୟ ଅନୁସାରେ ଇସ୍ରାଏଲ ଉପରେ ଏବେ ଲେବାନନର ଏକ ସଂଗଠନ ମଧ୍ୟ ଆକ୍ରମଣ ଜାରୀ ରଖିଛି ।
Comments are closed.