Latest Odisha News

BREAKING NEWS

ଭାରତକୁ ଖୁବ୍‌ ଶୀଘ୍ର ମିଳିପାରେ ଆଣ୍ଟି-କୋଭିଡ୍ ବଟିକା

ନୂଆଦିଲ୍ଲୀ: କରୋନା ବିରୋଧୀ ଲଢେଇରେ ଭାରତ ଆଉ ଏକ ମାଇଲଖୁଣ୍ଟ ହାସଲ କରିବାକୁ ଯାଉଛି। କରୋନା ବିରୋଧୀ ଲଢେଇରେ ଭାରତ ଖୁବ୍‌ ଶୀଘ୍ର ଏକ ନୂଆ ଅସ୍ତ୍ର ପାଇବାକୁ ଯାଉଛି। ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ କରୋନା (ଡିସିଜିଆଇ), ମୋଲନୁପିରଭିର ବଟିକା ଉପରେ ତଥ୍ୟ ସମୀକ୍ଷା କରୁଛି।

କରୋନାର ଏହି ଔଷଧ ସେହି ବ୍ୟକ୍ତି ବିଶେଷଙ୍କ ପାଇଁ ପ୍ରଜୁଯ୍ୟ ହେବ ଯେଉଁମାନଙ୍କଠାରେ କରୋନାର ଗମ୍ଭୀର ଲକ୍ଷଣ ଦେଖାଯିବ କିମ୍ବା ଡାକ୍ତରଖାନାରେ ଭର୍ତ୍ତି ହେବାର ଆଶଙ୍କା ରହିଥିବ। ବ୍ରିଟେନରେ ଏହି ଔଷଧକୁ ଅନୁମତି ମିଳିସାରିଛି।

ଏହି ବଟିକା ଖୁବ୍‌ ଶୀଘ୍ର ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ ପାଇପାରେ। ସନ୍ ଫାର୍ମା ହେଉଛି ଏକ ଭାରତୀୟ କମ୍ପାନୀ ଯେଉଁଥିରେ ମର୍କ ସ୍ବେଚ୍ଛାକୃତ ଲାଇସେନ୍ସ ଚୁକ୍ତିନାମା କରିଛନ୍ତି। ଉଲ୍ଲେଖ ଥାଉ କି, ଆମେରିକା ମଧ୍ୟ ମୋଲନୁପିରଭିର ତଥ୍ୟ ସମୀକ୍ଷା କରୁଛି।

ତେବେ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ଆଣ୍ଟି-କୋଭିଡ ବଟିକା ଟିକା ବଦଳାଇବା ପାଇଁ ଉଦ୍ଦିଷ୍ଟ ନୁହେଁ। କୋଭିଡର ଲକ୍ଷଣ ଦେଖାଯିବା ପରେ ପ୍ରଥମ କିଛି ଦିନ ମଧ୍ୟରେ ବଟିକା ଗ୍ରହଣ କରାଯାଇପାରେ।

Comments are closed.