Latest Odisha News

BREAKING NEWS

ଦିନିକିଆ ବିଶ୍ୱକପ : ୱାର୍ମଅପ କାର୍ଯ୍ୟସୂଚୀ ଘୋଷିତ

ଦୁବାଇ: ଭାରତରେ ଦିନିକିଆ ବିଶ୍ୱକପ କ୍ରିକେଟ ଅକ୍ଟୋବର ୫ରୁ ଆରମ୍ଭ ହେବ । ବୁଧବାର ଆଇସିସି ସମସ୍ତ ୧୦ଟି ଟିମ ପାଇଁ ୱାର୍ମଅପ କାର୍ଯ୍ୟସୂଚୀ ଘୋଷଣା କରିଛି । ଗୌହାଟୀ, ହାଇଦ୍ରାବାଦ ଓ ଥିରୁୱନ୍ତପୁରମରେ ଏହି ମ୍ୟାଚଗୁଡିକ ଖେଳାଯିବ । ୨୫ ଅଗଷ୍ଟରୁ ୱାର୍ମଅପ ମ୍ୟାଚ ଦେଖିବା ପାଇଁ ପ୍ରଶଂସକମାନେ ଟିକେଟ କିଣି ପାରିବେ । ୫୦ ଓଭର ବିଶିଷ୍ଟ ଏହି ମ୍ୟାଚକୁ କିନ୍ତୁ ଆନ୍ତର୍ଜାତୀୟ ମାନ୍ୟତା ମିଳିବ ନାହିଁ । ଗୋଟିଏ ଟିମ ତାର ୧୫ ଜଣ ଖେଳାଳିଙ୍କୁ ଏଥିରେ ଖେଳାଇ ପାରିବ । ସେପ୍ଟମ୍ବର ୨୯ରେ ବାଂଲାଦେଶ-ଶ୍ରୀଲଙ୍କା (ଗୌହାଟୀ), ଦକ୍ଷିଣ ଆଫ୍ରିକା-ଆଫଗାନିସ୍ତାନ (ଥିରୁୱନ୍ତପୁରମ) ଓ ନ୍ୟୁଜିଲାଣ୍ଡ-ପାକିସ୍ତାନ ମ୍ୟାଚ ହାଇଦ୍ରାବାଦରେ ଖେଳାଯିବ ।

ସେପ୍ଟମ୍ବର ୩୦ରେ ଭାରତ-ଇଂଲଣ୍ଡ (ଗୌହାଟୀ) ଓ ଅଷ୍ଟ୍ରେଲିଆ-ନେଦରଲାଣ୍ଡ (ଥିରୁୱନ୍ତପୁରମ) । ଅକ୍ଟୋବର ୨ରେ ଇଂଲଣ୍ଡ-ବାଂଲାଦେଶ (ଗୌହାଟୀ), ନ୍ୟୁଜିଲାଣ୍ଡ-ଦକ୍ଷିଣ ଆଫ୍ରିକା (ଥିରୁୱନ୍ତପୁରମ) । ଅକ୍ଟୋବର ୩ରେ ଆଫଗାନିସ୍ତାନ-ଶ୍ରୀଲଙ୍କା(ଗୌହାଟୀ), ଭାରତ-ନେଦରଲାଣ୍ଡସ(ଥିରୁୱନ୍ତପୁରମ) ଓ ପାକିସ୍ତାନ-ଅଷ୍ଟ୍ରେଲିଆ ମ୍ୟାଚ ହାଇଦ୍ରାବାଦରେ ଖେଳାଯିବ । ୱାର୍ମ ଅପ ମ୍ୟାଚ ଶେଷ ହେବା ପରେ ଅକ୍ଟୋବର ୫ରେ ବିଶ୍ୱକପର ଉଦଘାଟନୀ ମୁକାବିଲା ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ।

Leave A Reply

Your email address will not be published.