Latest Odisha News

BREAKING NEWS

ଅବକାରୀ ବିଭାଗର ଚଢ଼ାଉ, ୫୫୩ କେଜି ଗଞ୍ଜେଇ ସହ ଜଣେ ମହିଳା ଗିରଫ, ୨ ଫେରାର

ବରଗଡ଼: ନିଶା କାରବାର ରୋକିବା ପାଇଁ ବରଗଡ଼ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆଜି ୫୫୩.୨୦୦ କେଜି ଗଞ୍ଜେଇ ଜବତ କରାଯାଇଛି। ଏହି ଘଟଣାରେ ବରଗଡ଼ ୱାର୍ଡ ନମ୍ବର ୧ ରୁ  ଜଣେ ୪୦ ବର୍ଷିୟ ମଞ୍ଜୁଲତା ମହାରଣା ନାମକ ମହିଳାଙ୍କୁ ଗିରଫ କରାଯାଇଛି।

ବରଗଡ଼ ଅବକାରୀ ଅଧିକ୍ଷକ ସୁବନ କୁମାର ନାୟକଙ୍କ ନିର୍ଦ୍ଦେଶରେ ଏକ ଟିମ ଅଭିଯୁକ୍ତ ଜଣଙ୍କର ପ୍ରଥମେ ୱାର୍ଡ ନମ୍ବର ୧ ବ୍ରହ୍ମ ନଗର ଘରେ ୫୦୫ କେଜି ଗଞ୍ଜେଇ ଜବତ କରିବାରେ ସଫଳ ହୋଇଥିବା ବେଳେ ଘୁଲିପାଲି ସ୍ଥିତ ଘରୁ ୪୮କେଜି ଗଞ୍ଜେଇ ଜବତ କରିଛି।

ତେବେ ମହିଳା ଜଣଙ୍କର ସ୍ଵାମୀ ଡାକ୍ତର ମହାରଣାଙ୍କ ନାମରେ ପୂର୍ବରୁ ମାମଲା ଥିବା ବେଳେ ଡାକ୍ତର ଏବଂ ଦିଲୀପ କୁମାର ସିଂ ନାମକ ଜଣେ ସହଯୋଗୀ ଫେରାର ହୋଇଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଘଟଣା ଅଧିକ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.