Latest Odisha News

ରାଜ୍ୟଗୋଷ୍ଠୀ କ୍ରୀଡା: ୯୨ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ଲନ ବଲ୍ସରେ ଭାରତ ଜିତିଲା ସ୍ୱର୍ଣ୍ଣ

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ମହିଳା ଟିମ ୯୨ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ଲନ ବଲ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଛି । ଫାଇନାଲରେ ଭାରତ ୧୭-୧୦ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଏହି କୀର୍ତିମାନ ସ୍ଥାପନ କରିଛି । ଫାଇନାଲରେ ଲଭଲୀ ଚୌବୀ, ପିଙ୍କି, ନୟନମୋନୀ ସୌକିୟା ଓ ରୂପା ତିର୍କର ଚମତ୍କାର ପ୍ରଦର୍ଶନ କରି ଭାରତକୁ ଗୌରବାନ୍ୱିତ କରି ପାରିଛନ୍ତି । ୧୯୩୦ରୁ ରାଜ୍ୟଗୋଷ୍ଠୀ କ୍ରୀଡା ଆରମ୍ଭ ହୋଇଥିଲା । ପ୍ରଥମରୁ ଲନ ବଲ୍ସ ଖେଳ ଏଥିରେ ରହିଛି । ୨୦୧୦ରେ ନୂଆଦିଲ୍ଲୀରେ ଆୟୋଜିତ ରାଜ୍ୟଗୋଷ୍ଠୀ ଗେମ୍ସରେ ଭାରତୀୟ ପୁରୁଷ ଓ ମହିଳା ଟିମ ପ୍ରଥମ ଥର ପାଇଁ ଲନ ବଲ ପାଇଁ ଯୋଗ୍ୟତା ହାସଲ କରିଥିଲେ ।

ଏଥିସହ ଭାରତ ଚଳିତ ସଂସ୍କରଣରେ ୪ର୍ଥ ସ୍ୱର୍ଣ୍ଣ ହାସଲ କରିଛି । ଏହା ବ୍ୟତୀତ ୩ ଆଥଲେଟ ପଦକ ସମ୍ଭାବନା ସୃଷ୍ଟି କରିଛନ୍ତି । ସେମାନେ ହେଲେ ଶ୍ରୀଶଙ୍କର ମୂରଲୀ, ମହମ୍ମଦ ଅନୀସ (ଲଙ୍ଗ ଜମ୍ପ), ମନପ୍ରୀତ (ମହିଳା ଶଟପୁଟ)

Leave A Reply

Your email address will not be published.