Latest Odisha News

BREAKING NEWS

ଏସିଆ କପ୍ ତାରିଖ ଘୋଷଣା, ଦୁବାଇରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

ନୂଆଦିଲ୍ଲୀ: ଏସିଆ କପ୍ ପାଇଁ ତାରିଖ ଘୋଷଣା ହୋଇଛି । ଅଗଷ୍ଟ ୨୭ରୁ ଆରମ୍ଭ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟରେ ୨୮ ତାରିଖରେ ଭାରତ-ପାକିସ୍ତାନ ମୁହାଁମୁହିଁ ହେବେ । ଚଳିତଥର ଏସିଆ କପ୍ ଟି-ଟ୍ୱେଣ୍ଟି ଫର୍ମାଟରେ ଖେଳାଯିବ । ଏହି ମ୍ୟାଚ୍ ଦୁବାଇରେ ହେବ । ଅଗଷ୍ଟ ୨୭ରୁ ୩୧ ତାରିଖ ଯାଏ ଗ୍ରୁପ୍ ମ୍ୟାଚ ଖେଳାଯିବ । ସେପ୍ଟେମ୍ବର ୩ରୁ ୯ ତାରିଖ ଯାଏ ସୁପର-୪ ଟିମ୍ ମ୍ୟାଚ୍ ହେବ । ସେପ୍ଟେମ୍ବର ୧୧ ତାରିଖ ରବିବାର ଫାଇନାଲ୍ ମ୍ୟାଚ୍ ଖେଳାଯିବ ।

ଏସିଆ କପରେ ଅଗଷ୍ଟ ୨୮ ତାରିଖରେ ଦୁବାଇରେ ଭାରତ-ପାକିସ୍ତାନ ମ୍ୟାଚ୍ ଖେଳାଯିବ । ଅଗଷ୍ଟ ୩୧ରେ ଦୁବାଇରେ ଭାରତ-କ୍ୱାଲିଫାଏ କରିଥିବା ଟିମକୁ ଭେଟିବ । ଗତବର୍ଷ ହୋଇଥିବା ଟି-ଟ୍ୱେଣ୍ଟି ବିଶ୍ୱକପ୍ ପରେ ପ୍ରଥମଥର ଲାଗି ଭାରତ ସହ ପାକିସ୍ତାନ ମ୍ୟାଚ୍ ଖେଳିବ । ପୂର୍ବ ମ୍ୟାଚଟି ୟୁଏଇରେ ଖେଳା ଯାଇଥିବା ବେଳେ ଭାରତକୁ ହରାଇଥିଲା ପାକିସ୍ତାନ ।

Leave A Reply

Your email address will not be published.