Latest Odisha News

BREAKING NEWS

୧୯ ବର୍ଷରୁ କମ ଏସିଆ କପ : ଶ୍ରୀଲଙ୍କାକୁ ହରାଇ ଭାରତ ହାତେଇଲା ଟାଇଟଲ

ଦୁବାଇ: ୧୯ ବର୍ଷରୁ କମ ଏସିଆ କପ କ୍ରିକେଟ ଫାଇନାଲରେ ଭାରତ ଶ୍ରୀଲଙ୍କାକୁ ୯ ୱିକେଟରେ ହରାଇ ଟାଇଟଲ ହାସଲ କରିଛି । ଭାରତର ଏହା କ୍ରମାଗତ ତୃତୀୟ ଏବଂ ଓଭରାଲ ୮ମ ଟାଇଟଲ । ବର୍ଷା ବାଧାପ୍ରାପ୍ତ ଏହି ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୩୮ ଓଭରରେ ୯ ୱିକେଟ ହରାଇ ୧୦୬ ରନ କରିଥିଲା । ଭିକ୍କି ଓସ୍ତୱାଲ ୩ଟି ଏବଂ କୌଶଳ ଟାମ୍ବେ ୨ଟି ୱିକେଟ ହାସଲ କରି ଶ୍ରୀଲଙ୍କାକୁ ଅସୁବିଧାରେ ପକାଇଥିଲେ ।

ବର୍ଷା ହେବା ଯୋଗୁ ଭାରତ ସମ୍ମୁଖରେ ୩୨ ଓଭରରେ ୧୦୨ ରନର ରିଭାଇଜଡ ଟାର୍ଗେଟ ରଖାଯାଇଥିଲା । ଟିମ ଇଣ୍ଡିଆର ୟଙ୍ଗ ବ୍ରିଗେଡ ୨୧.୩ ଓଭରରେ ଗୋଟିଏ ୱିକେଟ ହରାଇ ହାସଲ କରି ନେଇଥିଲେ । ଅଙ୍ଗକ୍ରିଶ ରଘୁବଂଶୀ ୫୬ ଓ ଶେଖ ରଶିଦ ୩୧ ରନ କରି ନଟଆଉଟ ରହିଥିଲେ ।

Leave A Reply

Your email address will not be published.