Latest Odisha News

ହକିରେ ଭାରତକୁ କ୍ରମାଗତ ଦ୍ୱିତୀୟ ଥର ପାଇଁ ବ୍ରୋଞ୍ଜ

ପ୍ୟାରିସ: ଭାରତୀୟ ହକି ଦଳ ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏଥିସହ କ୍ରମାଗତ ୨ଟି ଅଲିମ୍ପିକ୍ସରେ ଟିମ ଇଣ୍ଡିଆ ପଦକ ଜିତିଛି । ବ୍ରୋଞ୍ଜ ପଦକ ପାଇଁ ଉଦ୍ଦିଷ୍ଟ ମୁକାବିଲାରେ ଭାରତ ୨-୧ ଗୋଲରେ ସ୍ପେନକୁ ପରାସ୍ତ କରିଛି । ୨ଟି ଯାକ ଗୋଲ ଅଧିନାୟକ ହରମନପ୍ରୀତ ସିଂ ସ୍କୋର କରିଥିଲେ । ଅଭିଜ୍ଞ ଗୋଲକିପର ପିଆର ଶ୍ରୀଜେଶଙ୍କ ଏହା ଶେଷ ଆନ୍ତର୍ଜାତୀୟ ମୁକାବିଲା ଥିଲା ।

 

ପ୍ୟାରିସ ଅଲିମ୍ପିକ୍ସ ପୂର୍ବରୁ ସେ ଅବସର ଘୋଷଣା କରି ସାରିଥିଲେ । ଶ୍ରୀଜେଶ ବ୍ରିଟେନ ବିପକ୍ଷ କ୍ୱାର୍ଟର ଫାଇନାଲ ମୁକାବିଲାରେ ଭାରତ ବିଜୟର ନାୟକ ସାଜିଥିଲେ । ପୂର୍ବରୁ ଟୋକିଓ ଗେମ୍ସରେ ଜର୍ମାନୀକୁ ହରାଇ ଭାରତ ବ୍ରୋଞ୍ଜ ପଦକ ଜିତିଥିଲା ।

ଓଭରାଲ ଅଲିମ୍ପିକ୍ସରେ ଏହା ଭାରତର ୧୩ତମ ପଦକ । ଭାରତ ୮ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ୪ ବ୍ରୋଞ୍ଜ ପଦକ ଜିତିଛି । ୧୯୬୮ ଓ ୧୯୭୨ରେ ଭାରତ କ୍ରମାଗତ ପଦକ ଜିତିଥିଲା । ୫୨ ବର୍ଷ ପରେ ଏହି ଧାରା ବଜାୟ ରଖିଛି । ମ୍ୟାଚ ପରେ ମନପ୍ରୀତ ଏହି ପଦକ ଶ୍ରୀଜେଶଙ୍କୁ ଉତ୍ସର୍ଗ କରିଥିଲେ ।

Comments are closed.